Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ମୀନାକ୍ଷି ହାତ ହଲାଇ ସମସ୍ତଙ୍କଠୁ ବିଦାୟ ନେଇ ଗାଡ଼ିରେ ବସିଲା । ଡ୍ରାଇଭର ଗାଡ଼ି ଷ୍ଟାର୍ଟ କଲା । ଛାତି ଭିତରେ ଅବ୍ୟକ୍ତ ଯବଣା, କଣ୍ଠରେ ଅସ୍ଫୁଟ କୋହ ନେଇ ପଦ୍ମିନୀ
ମନକୁ ମନ କହିଲା, ମୀନକ୍ଷି! କାହାକୁ ନେଇ ତୋ ଘରକୁ ଯିବି? ଆଜି ମୋ ଘର…ପରିବାର ଅର୍ଥହୀନ । ସମୟ ନଈର ଦୁଇକୂଳରେ ଆମେ ଛିଡ଼ା ହୋଇଛେ ।

ମୋର ଶକ୍ତି ଯହିଁ କୂଳ ଲଙ୍ଘି ତୋ ପାଖକୁ ଯିବାକୁ । ଆଖି ଚିରି ଫିଟି ଆସୁଥିବା ଲୁହକୁ ସହକର୍ମୀ ଗହଣରେ ଝରିବାକୁ ନ ଦେଇ, ପଦ୍ମିନୀ ମୁଣ୍ଡ ବିନ୍ଧୁଥିବା ବାହାନା କରି ତୁରନ୍ତ ଘରକୁ ଲେଉଟି ଆସିଲା ।

ଉଦାସ ଆଖିରେ ଶୂନ୍ୟକୁ ଚାହିଁ ରହିଥିଲା ପଦ୍ମିନୀ । ଭାବନାର ଆକାଶରେ କଳା ବାଦଲର ଆସ୍ତରଣ । ତା’ ଅନ୍ତରାଳରୁ ଉଙ୍କି ମାରୁଛି ସ୍ୱପ୍ନିଳ ଅତୀତ । ସେଇ ଚିତ୍ରିତ ଆକାଶରେ ଉଦ୍ୟାନଟିଏ ଥିଲା । ଭଳି ଭଳି ଫୁଲର ଗହଳି ଭିତରେ ଉଡ଼ି ବୁଲୁଥିଲେ ରଙ୍ଗିନ ପ୍ରଜାପତିକୁଳ । ସେଇଠି ଭେଟ ହୋଇଥିଲା ମୀନାକ୍ଷି ସହ । ଦଶମ, ଏକାଦଶ-ଦୁଇ ଶ୍ରେଣୀ ସେମାନେ ସାଙ୍ଗ ହୋଇ ପଢ଼ୁଥିଲେ, ଭଞ୍ଜ ନଗର ଗାର୍ଲସ ହାଇସ୍କୁଲରେ ।

ମୀନାକ୍ଷି…..

ମୀନାକ୍ଷି ମିତ୍ର….. । ମିତ୍ର ଡି.ଏଫ ଓ ଙ୍କ ଏକମାତ୍ର କନ୍ୟା । ଭଂଜନଗରରେ ତାଙ୍କର ଦୁଇବର୍ଷର ରହଣି କାଳରେ ମୀନାକ୍ଷି ପଦ୍ମିନୀର ପ୍ରିୟ ସାଙ୍ଗ ବନିଯାଇଥିଲା । ଅଣ ଓଡ଼ିଆ ଝିଅ ମୀନାକ୍ଷି କେବଳ ସୁନ୍ଦରୀ ନଥିଲା, ସେଇ ଛୋଟିଆ ସହରଟିରେ ସେ ସବୁ ଦୃଷ୍ଟିରୁ ବାରି ହୋଇ ପଡ଼ୁଥିଲା । ତା’ର କଥା ର୍ବାା, ବେଶ ପୋଷାକ, ଚାଲି ଚଳନ ସବୁଥିରେ ସ୍ୱାତବ୍ୟ ଥିଲା । ସେତେବେଳେ ସାରା ସହରରେ ସେ ଏକମାତ୍ର ଝିଅଥିଲା ; ଯିଏ କି ସାଇକେଲ ଚଢ଼ି ସ୍କୁଲ ଯିବା ଆସିବା କରୁଥିଲା । ମୁକ୍ତ ଭାବନା ଓ ବସ୍ତୁନିଷ୍ଟ ଯୁକ୍ତି ଉପସ୍ଥାପନ କରି ସେ ସ୍କୁଲର ଦିଦିମାନଙ୍କୁ ବି ପ୍ରଭାବିତ କରି ପାରୁଥିଲା ।
ସେଇ ମୀନାକ୍ଷି…. !

କ୍ରମଶଃ

Leave A Reply

Your email address will not be published.