ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୭୪
ଶବ୍ଦାଡ଼ଂବର ପ୍ରଦର୍ଶନୀ
କରଂତି ଅଳ୍ପ କିଛି ଜାଣି
ତାଂକର ସୁମଧୁର ବାଣୀ
ଦୁର୍ବୋଧ୍ୟତା ହିଁ ପାରେ ବୁଣି
ଏପରି ଲେଖକ ଓ କବି
ବାସ୍ତବତାର ଅନୁଭବୀ
ନ ହୋଇ ଆଂକି ଶବ୍ଦଛବି
ହୁଅଂତି ପ୍ରାୟ ଅପ୍ରଭାବୀ
ଶବ୍ଦକୋଷଟି ପାଖେ ରଖି
ଅପ୍ରଚଳିତ ଶବ୍ଦ ଦେଖି
କରିଲେ ତାହା ବ୍ୟବହାର
ଭାଷା ପାଏନି ଉପକାର
ଏପରି ଶବ୍ଦର ଲିଖନ
ଯୋଗୁଁ ସାହିତ୍ୟ ହୁଏ ମ୍ଳାନ
ସ୍ମୃତିରେ ଥାଏ ଯେଉଁ ଭାଷା
ତାହା ହିଁ ଲେଖାର ଭରସା
କାଳ କରିଛି ଯାହା ନାଶ
ତାହାର ପୁନର୍ଜୀବନ୍ୟାସ
ପ୍ରଚେଷ୍ଟା ଅଟେ ନିରର୍ଥକ
ବୁଝଂତୁ ଲେଖକ ପାଠକ
ତତ୍କାଳୀନକୁ ଚିରଂତନ
କରିବା ଚେଷ୍ଟାରତ ଜନ
ରକ୍ଷଣଶୀଳ ଆଚରଣ
କରଂତି ଏଠି ଘନଘନ
ସମକାଳରୁ ହୋଇ ଚ୍ୟୁତ
ରହିଲେ ଅତୀତ ସହିତ
ହୁଏ କି ସ୍ବଭାଷାର ହିତ ?
ବିଚାର କରି କହଂତୁ ତ
ସରଳ ଶୁଦ୍ଧତା ସ୍ପଷ୍ଟତା
ବଢ଼ାଏ ଭାଷାର ଦୃଢ଼ତା
ତାହାକୁ କଲେ ବେଶି କଡ଼ା
ଚଂଚଳ ହୁଏ ହାତଛଡ଼ା