Latest Odisha News

BREAKING NEWS

ଭାଷା ଭାଗବତ : ଅସରଂତି ସୁଖ ଶାଂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୨୦୩

ଯାହା ପାଇଲି ଖାଇ ଗଂଡେ
ଦେହରେ ଢାଂକି ଲୁଗା ଖଂଡେ
ସ୍ବନାମ ଧରି ନିଜ ତୁଂଡେ
ହାତେ ମାପି ଚାଲେଁ ଚାଖଂଡେ

ଭାବ ବୋକଚା ବୋହି ମୁଂଡେ
ଗାଆଁ ଗଳି ଓ ରାଜ ଦାଂଡେ
କେହି କହିଲେ ‘ ରହ ଦଂଡେ ‘
ମୋର ସଂକଳ୍ପ ଟିକେ ଛିଂଡେ

ପାଇଲେ ପ୍ରସାଦର ସ୍ବାଦ
ମନରେ ନ ରହେ ପ୍ରମାଦ
ଏହି ସମୟ ବିତି ଯାଉ
କିଆଁ ଚିଂତା କରିବି ଆଉ ?

ମୋର ତ ପେଟ ଖୁବ୍‌ ଛୋଟ
ଅନ୍ନ ନିଶ୍ଚୟ ଖୋଜି ବାଟ
ସେଠାରେ ପାରିଲେ ପହଂଚି
ପାଇ ମୁଁ ରହିଥାଏଁ ବଂଚି

କିଛି ବି ରଖେଁନାହିଁ ସଂଚି
ନୁହେଁ ପିଂପୁଡ଼ି, ମହୁମାଛି
ଦୁଇ ଆଖିରେ ମୋର ବିଶ୍ବ
ଅଟେ ସଂପନ୍ନ, ନୁହେ ନିଃସ୍ବ

ଉଚ୍ଚାଭିଳାଷ ପୋଷି ମନେ
ହୋଇନି ଦାସ ଭଳି ଜଣେ
ଜାଣେ ମୁଁ ଏଠାରେ ଅତିଥି
ଅଲୋଡ଼ା ମୋର ଅବସ୍ଥିତି

ମୋ ଅଂତର୍ଗତ ଭାବ, ଭକ୍ତି
ଯୋଗାଂତି ଆବଶ୍ଯକ ଶକ୍ତି
ମିଳୁଛି ଯେତେ ସୁଖ ଶାଂତି
ସେ ସବୁ ସତେ ଅସରଂତି

Leave A Reply

Your email address will not be published.