ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଭାଷା ତ ପ୍ରାଚୀନ ବିଜ୍ଞାନ
ଏଯାଏଁ ରହି ବିଦ୍ୟମାନ
ଆଚ୍ଛନ୍ନ କରେ ଜନ ମନ
ମନୁଷ୍ୟ ମାତ୍ରେ ଭାଷାଧୀନ
ଅନୁଭୂତିରୁ ନେଇ ଶିକ୍ଷା
ଲୋକେ କରଂତି ଭାଷା ରକ୍ଷା
ହେଉ କି ନ ହେଉ ପରୀକ୍ଷା
ସର୍ବଦା ଚାଲୁଛି ସମୀକ୍ଷା
ଭାବ ରୂପରେ ଭଗବାନ
ମନରେ କରି ଅବସ୍ଥାନ
ଭାଷାଭାଷୀଂକୁ ମାନି ଭକ୍ତ
କରଂତି ମନ ଦୃଢ଼, ଶକ୍ତ
ନିଂଦା, ପ୍ରଶଂସା ଶୁଣେ କାନ
ମନ ରହିଲେ ଉଦାସୀନ
ସହଜେ ହୁଏ ବହୁ କାର୍ଯ
ମନରେ ରଖିଥିଲେ ଧୈର୍ଯ
ଭାଷାରେ ବହୁ ବୈପରୀତ୍ୟ
ଏକତ୍ର ଗଢ଼ଂତି ସାହିତ୍ୟ
ଆତଂକ ସହିତ ସାହସ
କରଂତି ଏକ ଠାବେ ବାସ
ବିଭିନ୍ନତାର ବହୁ ସ୍ବର
ଅଟଇ ସାହିତ୍ୟ ଆମର
ସଭିଂକୁ ମିଳେ ତହିଁ ସ୍ଥାନ
ଅଜ୍ଞାନ, ସୁଜ୍ଞାନୀ ସମାନ
ନ ଥାଏ ବାଡ଼ କି ବାରଣ
ଏହା ହିଁ ପ୍ରଧାନ କାରଣ
ଭାଷାରେ ଅଦଳ ବଦଳ
ବୁଝେନି ସ୍ଥଳ କିଂବା କାଳ