Latest Odisha News

BREAKING NEWS

ଭାଷା ଭାଗବତ : ବିଶ୍ବ ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ବିଶ୍ବ ଆନଂଦ ପରିପୂର୍ଣ
ପ୍ରଭୁଂକ ସର୍ଜନା ନିଖୁଣ
ବୈପରୀତ୍ୟର ସମ୍ମିଶ୍ରଣ
ଅବୋଧ୍ୟ ଏହାର କାରଣ

ଚକ୍ରାକାର ଏ ମହାବିଶ୍ବ
ନାହିଁ ଆରଂଭ, ନାହିଁ ଶେଷ
କିଏ ସଂପନ୍ନ, କିଏ ନିଃସ୍ବ
ଅମୃତ ସହ ଥାଏ ବିଷ

ତର୍କସଂଗତ ଭେଦାଭେଦ
ଯୋଗୁଁ ଥିଲେ ବି ମନେ ଖେଦ
ନାହିଁ ଏହାର ପ୍ରତିଷେଧ
ଅଯଥା କଳହ, ବିବାଦ

ଯାହା ବି ଥାଏ, ତାହା ଧରି
ସଭିଏଁ ହୋଇଯିବେ ପାରି
ଭାଷାରେ ଲେଖି ଆଉ କହି
କାଳ ସୁଅରେ ଯିବେ ବହି

 

Comments are closed.