Latest Odisha News

BREAKING NEWS

ଭାଷା ଭାଗବତ : ଶବ୍ଦ ପ୍ରବାହ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ବର୍ଜନ ଆଉ ଆହରଣ
ଯେହେତୁ ଭାଷାର ଜୀବନ
ଶବ୍ଦର ଗମନାଗମନ
ଚଳାଂତି ଜନସାଧାରଣ

ଆଗତ ବିଗତ ସାରଣୀ
ଲେଖଂତି ଜ୍ଞାନୀ ଆଉ ଗୁଣୀ
ଶବ୍ଦକୋଷ ଓ ବ୍ୟାକରଣ
ନାମରେ ହୁଏ ପ୍ରଚଳନ

ଏ ସବୁ ହୋଇ ଭାଷାଧୀନ
କରଂତି ଆତ୍ମ ଉନ୍ନୟନ
ଅତୀତାଧୀନ ହେଲେ ଭାଷା
ଭୋଗଇ ଦାରୁଣ ଦୁର୍ଦଶା

ଶବ୍ଦ ପ୍ରବାହ ନିରଂତର
କରେ ଭାଷାର ଉପକାର
ପ୍ରବାହ ହେଲେ ଅବରୁଦ୍ଧ
ଭାଷା ହୁଏନି ସର୍ବଶୁଦ୍ଧ

ଜଳାଶୟର ସ୍ଥିର ଜଳ
କଦାପି ହୁଏନି ନିର୍ମଳ
ପ୍ରବାହ ଯୋଗୁଁ ବଢ଼େ ଗତି
ଘଟଇ ସକଳ ଉନ୍ନତି

 

Leave A Reply

Your email address will not be published.