Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୩୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ଫୋନ କଲ୍ ଥିଲା ସାଗରର ,ଏଇ ଅବେଳାରେ ? ରିସିଭ୍ କଲା ଆସ୍ଥା ।

ହାପି ବାର୍ଥଡେ଼ ଦି , ସବୁବେଳେ ଖୁସିରେ ରୁହ ଦି ! ସ୍ୱପ୍ନିଲର ନାଁ ଧରି ଡାକୁଥିଲି ହେଲେ ସେ ମୋ ଠୁ ତିନି ଚାରି ବର୍ଷ ସିନିୟର ଥିଲା ,ଆତ୍ମୀୟ ଅଧିକ ଥିଲେ…! ମାଡାମ୍ ଡାକୁଥିଲି ଭଲ ଲାଗୁ ନଥିଲା । ତମେ ମୋ ଠାରୁ ବଡ଼ ହେବ ସେଥିପାଇଁ ଦି ଡାକିବାକୁ ଇଚ୍ଛା ହେଲା, ଡାକିଦେଲି ,ରାଗିବନି । ମୁଁ ଜାଣିଛି ଦି ଆଜି ତୁମର ଜନ୍ମଦିନ ସେଥିପାଇଁ ତୁମ ପାଖକୁ ଫୋନ ଟିକେ……..।ଆଉ କିଛି ନାହିଁ , ପ୍ଲିଜ ମୋ କଲ୍ ପାଇଁ ବ୍ୟସ୍ତ – ବିରକ୍ତ କି ବିବ୍ରତ ହେବନି ଦି । ହେଲେ ମୋତେ ଜମା ଭଲ ଲାଗିବନି ସତରେ ! ଯଦି ସେମିତି କିଛି ……ତେବେ ୟା ପରଠାରୁ କେବେବି ଆଉ ଫୋନ କରିବିନି। । ସାଗର ମୁହଁ ଶୁଖେଇ ରହି ରହି ଖୁବ ସନ୍ତର୍ପଣ ରେ କହୁଥିଲା ।

ଟିକେ ହସିଦେଇ , ଆରେ ନା ନା ବିରକ୍ତ ହେବି କାହିଁକି ,ଆସ୍ଥା ଉତ୍ତର ଦେଲା । କୁହ କେମିତି ଅଛ ଆଉ ଘରେ ସବୁ ? ଘର ? ଯୋଉ ଘରେ ବାପା ମଆ କେବଳ ଧନ ସମ୍ପତ୍ତି, ଟଙ୍କା ପଇସା ଜାଗା ବାଡ଼ି ବ୍ୟାଙ୍କ ବାଲାନ୍ସ ପାର୍ଟି ପିକନିକ ବୋଲି ବୁଝନ୍ତି ସେଇଟା କି ଘର ,ସେଇଟା କେବଳ ଇଟା ସିମେଣ୍ଟ ବାଲି ଗୋଡିରେ ତିଆରି ଚାରି କାନ୍ଥ ରେ ଆବଦ୍ଧ ଏକ ମହଲ ହୋଇ ରହି ଯାଏ ବରଂ ଯେଉଁଠି ସ୍ନେହ ଶ୍ରଦ୍ଧା ମମତା ଭଲ ପାଇବା ନାହିଁ କି ପିଲାମାନଙ୍କ ଭଲ ମନ୍ଦ ସୁଖ ଦୁଃଖ ପଚାରିବା ପାଇଁ କାହା ପାଖରେ ସମୟ ନଥାଏ ସେ କି ବାପା ମାଆ ଆଉ ସେ କି ଘର !! ମୋର ବି ଗୋଟେ ଦି ଥିଲା । ସେସବୁ କେବେଠୁ ଛାଡ଼ି ଆସିଛି ଯେ ଆସିଛି …..! ଆଉ କେବେ ବି ଫେରିବାକୁ ଯିବାକୁ ଇଚ୍ଛା କରିନି !! ଛାଡ଼ ସେସବୁ କଥା ଦି ! ମନେପକେଇଲେ କଷ୍ଟ ହେବ । ପଙ୍କକୁ ଗୋଳେଇଲେ ଦୁର୍ଗନ୍ଧ ହିଁ ହେବ । ଆଜି ତୁମ କଥା ଶୁଣିବି କୁହ କେମିତି ଅଛ ଜିଜୁ ଆଉ ପିଲାମାନେ ?

 

କ୍ରମଶଃ……

 

Leave A Reply

Your email address will not be published.