Latest Odisha News

BREAKING NEWS

ଭାଷା ଭାଗବତ : ଦୁET ଲିP Aକାଠି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

Aମିତି Kମିତି ଲେଖିB
TକିA ଭାBB ଦେଖିB
ଦୁEଗୋT ଲିP Aକତ୍ର
ଦେଖିଲେ ଲାଗE Bଚିତ୍ର

ଓଡ଼ିଆ ଓ ଇଂଲିଶ୍‌ ମିଶା
ହୁଏ ଅଦ୍‌ଭୁତ ଏକ ଭାଷା
ବର୍ଜନ କରିଲେ ଏ ଧାରା
ଭାଂଗିବ ନୂଆ ପରଂପରା

ଅନ୍ୟ ଭାଷାରୁ ଶବ୍ଦ ନେଇ
ନିଜର ଲିପିରେ ସଜାଇ
ଲେଖିଲେ ଦିଶଇ ସୁଂଦର
ଚଳଇ ସମାନ ଅକ୍ଷର

ଦୁଇଟି ଲିପି ଦେଲେ ଯୋଡ଼ି
ସହଜେ ହୁଏନାହିଁ ପଢ଼ି
ତେଣୁ ଏ ଢଂଗ ଦେବା ଛାଡ଼ି
ଭାଷା ପାରିବ ଶୀଘ୍ର ବଢ଼ି

ଦୁଇଟି ଲିପି ଏକ ଠାବେ
ଲେଖି ହୁଏନି ସମ ଭାବେ
ଦେଖିଲେ ଆଖି ପାଏ ବାଧା
ଏହା ହିଁ ମୁଖ୍ୟ ଅସୁବିଧା

ଏମିତି ପିଲାଦିନ ଖେଳ
ଏବେ ତ ହେଲାଣି ଅଚଳ
ଆମର ଲିପି ଆନୁଗତ୍ୟ
ଏଣିକି ହେଉ ପ୍ରତିଷ୍ଠିତ

 

Leave A Reply

Your email address will not be published.