Latest Odisha News

BREAKING NEWS

ଭାଷା ଭାଗବତ : ଭାବ ଅଭିବ୍ୟକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

BjdElectrycity

ଗୁଣୀଂକୁ ଜଣାଇ ସମ୍ମାନ
ସଂସ୍କାର କରିବା ସ୍ଥାପନ
ବୟସ ଯେଣୁ ଏକ ସଂଖ୍ୟା
ନେବାନି କାହାଠାରୁ ଦୀକ୍ଷା

ସ୍ବାନୁଭୂତିରୁ ପାଇ ଶିକ୍ଷା
ଦେବାକୁ ପଡ଼ିବ ପରୀଷା
ପରୀକ୍ଷା ପରେ ଫଳାଫଳ
ସଫଳ ଅଥବା ନିଷ୍ଫଳ

ଯାହା ହେଲେ ବି ଥାଉଁ ରହି
କାଳସୁଅରେ ବହି ବହି
ମହାକାଳରେ ଯାଉଁ ମିଶି
ଯେତେକ ପ୍ରୟାସୀ, ପ୍ରତ୍ୟାଶୀ

ଜଣାପଡ଼େନି ଅଗ, ମୂଳ
ତେବେ ବି ହେଉଛୁଁ ବିକଳ
କାଳେ ମିଳିବ ଭଲ ଫଳ
ଅଜ୍ଞାନ ଓ ସୁଜ୍ଞାନୀ ଦଳ

ନିଜତ୍ବ କରୁଛୁଁ ବର୍ଜନ
ପାଇବା ପାଇଁ ଧନ, ମାନ
ଜୀବନ ହେଲେ ବୁଝାମଣା
ଜୀବୀ ବି ଆପେ ହୁଏ ବଣା

ଭାଷାର ମୌଳିକ ପ୍ରବୃତ୍ତି
ହେଲେ ହେଁ ଭାବ ଅଭିବ୍ୟକ୍ତି
କରୁଛୁଁ ସ୍ମୃତି ସଂଚୟନ
ଏମିତି ବିତୁଛି ଜୀବନ

ସଂଦେହ, ଡର, ଲାଜ, ଭ୍ରାଂତି
ଅଶେଷ କ୍ଷତି କରିଥାଂତି
ବ୍ୟକ୍ତି ହୋଇଲେ ସଚେତନ
କରଇ ଏ ସବୁ ନିଧନ

ଏ ସବୁ ହେବାଯାଏଁ ଅଂତ
ଜିଇଁବା ହୋଇ ହଂତସଂତ
ନିଶ୍ଚିତ ମରଣ ପର୍ଯଂତ
ଏହା ତ ଅଟେ ସ୍ଥିର ସତ୍ୟ

Leave A Reply

Your email address will not be published.