Latest Odisha News

BREAKING NEWS

ଶିଶୁ କବିତା : କର ବ୍ୟାୟାମ

ଇତିଶ୍ରୀ ମହାନ୍ତି 

ଆସରେ ପିଲାଏ କୁନା, ମୁନା
ଶୁଣରେ ଦେଇ ମନ,
ବ୍ୟାୟାମ କଲେ କିପରି ଆମ
ଖୁସିରେ କଟେ ଦିନ ।

ଧନ ସମ୍ପଦ ମାନ ସମ୍ମାନ
ଥାଉନା କାହିଁ ଯେତେ,
ଶରୀର ଯଦି ନଲାଗେ ଭଲ
ସବୁରି ପିତା ସତେ ।

ଶରୀର ସୁସ୍ଥ ରହିବା ଲାଗି
ବ୍ୟାୟାମ ଆବଶ୍ୟକ,
ଅଳସୁଆ ସିନା ଦୁଃଖ ପାଏ
ଯାଏ ବଇଦ ପାଖ ।

ପ୍ରାତଃ ଭ୍ରମଣ ଖେଳ ଦଉଡ
ସନ୍ତରଣ କି ଯୋଗ,
ନିୟମିତ ଯେ କରିଲେ କେହି
ଛୁଇଁବ ନାହିଁ ରୋଗ ।

ରକ୍ତ ସଞ୍ଚାଳ ହୋଇବ ଭଲ
ବୋହିଲେ ଦେହୁ ଝାଳ,
ଚମକୁ ଥିବ ଶରୀର ତାର
ଜିଇଁବ ଯେତେ କାଳ ।

ପ୍ରଫୁଲ୍ଲ ମନ ତାର ଜୀବନ
ହୋଇବ ସ୍ୱାସ୍ଥ୍ୟବାନ,
ପାଠ ପଢ଼ାରେ ଲାଗିବ ମନ
ହେବସେ ବୁଦ୍ଧିମାନ ।

ସୁନା ପିଲାଟେ ପରିକେ ମତେ
କହିବ ସତ ସତ,
କାଲିଠୁ ବ୍ୟାୟାମ କରିବ କିଏ
ଆଗ ଟେକରେ ହାତ ।

ପାଇଲୋ, କେନ୍ଦ୍ରାପଡା

Leave A Reply

Your email address will not be published.