Latest Odisha News

BREAKING NEWS

ଭାଷା ଭାଗବତ : ଯାହା ଲେଖୁଁ, ତାହା ଦେଖୁଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଡ ଲେଖିଦେଲେ ଡ ଦିଶଇ
ଡ଼ ଲେଖିଦେଲେ ଦିଶଇ ଡ଼
ବୁଝିବା ଏବେ କେଉଁଠି ଡ
ଓ କେଉଁଠାରେ ଲାଗେ ଡ଼

ଶବ୍ଦର ପ୍ରଥମ ଅକ୍ଷର
ଡ ଲେଖାହୁଏ ବାରଂବାର
ଡବା, ଡଂଗା ଓ ଡାଳ, ଡର
ବିଂଦୁ ପଡ଼େନି ଦରକାର

ରହିଲେ ମଝି, ଶେଷ ସ୍ଥାନେ
ଡ଼ ହୁଏ, ରଖୁଁ ଏହା ମନେ
ବଡ଼, ଝଡ଼ ଓ ଛାଡ଼, ମାଡ଼
ସଡ଼କ, ଶଗଡ଼, ପାହାଡ଼
ହାଡ଼, ନୀଡ଼ ଓ ହିଡ଼, ପୀଡ଼ା
ସବୁଠି ଡ଼ ପଡ଼ଇ ଲୋଡ଼ା

ଉଖୁଡ଼ା, ପାଖୁଡ଼ା, କୁକୁଡ଼ା
ଗୁଡ଼,ଗୋଡ଼ ଓ ପଡ଼ା, ଘୋଡ଼ା
ପଗଡ଼ି, ହାତୁଡ଼ି, କୁହୁଡ଼ି
ସବୁଠି ଡ଼ ହୁଅଇ ଯୋଡ଼ି

ପଡ଼ିଆ, ନଡ଼ିଆ, ଓଡ଼ିଆ
ଡ଼ ଥିଲେ ଦିଶଇ ବଢ଼ିଆ
ଦେଇ ଅଳପ, ବେଶି ଧ୍ୟାନ
ବଢ଼ାଉଁ ସ୍ବଭାଷାର ମାନ

 

Leave A Reply

Your email address will not be published.