ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଯେଉଁ ଭାଷାରେ କରୁଁ ଚିଂତା
ଯେଉଁ ଭାଷାରେ କହୁଁ କଥା
ସେହି ଭାଷାକୁ କରି ନ୍ୟୂନ
ଘଟାଉଁ ଭାଷାର ପତନ
ଲିଖନ ହୋଇଲେ ସରଳ
ଆଗ୍ରହେ ପାଠକ ସକଳ
କରଂତି ପୁସ୍ତକ ପଠନ
ବୁଝଂତି ଭାବ, ତତ୍ତ୍ବ, ଜ୍ଞାନ
ଏବେ ତ କେତେକ ଲେଖକ
ଦୁର୍ବୋଧ୍ୟ ଶବ୍ଦର ସ୍ତାବକ
ସାଜି କରଂତି ଲେଖାଲେଖି
ପାଠକେ ରହିଥାଂତି ସାକ୍ଷୀ
ଭାଷାର ଭେଳିକି ଦେଖାଇ
ସତ୍ୟକୁ ରଖିଲେ ଲୁଚାଇ
ଭାଷାଟେ ହୁଏ ପଥଭ୍ରଷ୍ଟ
ବିଶ୍ବାସ ହୋଇଯାଏ ନଷ୍ଟ
ଲୋକଭାଷାକୁ ମଣି ସାନ
କେବଳ ବାଂଟି ଶବ୍ଦଜ୍ଞାନ
ହେଲେ ଲେଖକ ସମ୍ମାନିତ
ରଚନା ହୁଏନି ଆଦୃତ
ବ୍ୟକ୍ତି ମୁଖ୍ୟ ଓ କୃତି ଗୌଣ
ହେବାରୁ ସ୍ବଭାଷାରେ ଜାଣ
ସାଇତା ହୁଏ ଗ୍ରଂଥାବଳି
ଭାଷାଟି ଆପେ ପଡ଼େ ଟଳି
ବହିଟେ ରଖିଲେ ସାଇତି
ଲାଭ ବଦଳେ ହୁଏ କ୍ଷତି
ସଜଡ଼ା ହୁଏ ଗ୍ରଂଥାଗାର
ଦେଖା ନ ମିଳେ ପାଠକର
ଦିଶୁଛି ଏପରି ଅବସ୍ଥା
ତେବେ ବି ରହିଛୁଁ ଅଚିଂତା
ସ୍ବଭାଷୀ ଯେଣୁ ବୀତସ୍ପୃହ
ଭାଷାର ସ୍ଥିତି ଭୟାବହ
ଜାତିର ପଠନ ଆଗ୍ରହ
ବଢ଼ାଇ ଲୋକେ କାହା ସହ
ନ ହୋଇ କେବେ ବି ଜଡ଼ିତ
କହଂତି ‘ ଭାଗ୍ୟ ବିଡ଼ଂବିତ
Comments are closed.