Latest Odisha News

ତରଭୁଜ ଖାଇଲେ ଶରୀରକୁ ମିଳିଥାଏ ଏହିସବୁ ଲାଭ ଜାଣନ୍ତୁ….

ଖରାଦିନ ଆସିଲେ ସମସ୍ତେ କିଛି ଥଣ୍ଡା ପାନୀୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫଳ ଖାଇବାକୁ ପସନ୍ଦ କରିଥାଆନ୍ତି । ସେଥି ମଧ୍ୟରୁ ତରଭୁଜ ଅନ୍ୟତମ । ଖରାଦିନେ ତରଭୁଜର ଚାହିଦା ଅଧିକ ରହିଥାଏ । ଏହା ପାଟିକୁ ଯେତିକି ସୁଆଦିଆ ଲାଗେ ଶରୀର ପାଇଁ ବି ହିତକର । ଏଥିରେ ୯୨ ଭାଗ ଜଳ ରହିଥିବା ବେଳେ ସୁଗାର ମାତ୍ରା ୬ ପ୍ରତିଶତ ରହିଥାଏ । ଏହି ତରଭୁଜରେ ଆଣ୍ଟିଅକସିଡେଣ୍ଟ, ଭିଟାମିନ-B,C, ଅମିନୋ ଏସିଡ, ପୋଟାସିୟମ ଏବଂ ଫାଇବରର ମାତ୍ରା ଭରପୂର ରହିଥାଏ ।

-ତରଭୁଜ ଶରୀରକୁ ଥଣ୍ଡା ରଖିବା ସହ ମଧୁମେହ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ

-ତରଭୁଜ ଖାଇବା ଦ୍ୱାରା ଶରୀରର ଜଳିୟ ଅଂଶ ନିୟନ୍ତ୍ରଣ ରଖିଥାଏ । ଖରାରେ ଇମ୍ୟୁନିଟି ପାଓ୍ୱାର ମଧ୍ୟ ବଢ଼ାଇଥାଏ ।

-ତରଭୁଜରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଭିଟାମିନ-C ରହିଥାଏ ଯାହା ତ୍ୱଚା ପାଇଁ ଲାଭଦାୟକ । ଫଳରେ ଖରାର ଉତ୍ତାପରୁ ତ୍ୱଚାକୁ ରକ୍ଷା କରିଥାଏ  ।

-ତରଭୁଜ ରକ୍ତ ଅଭାବ ଦୂର କରିବା ସହ ପାଚନ କ୍ରିୟାରେ ସାହାଯ୍ୟ କରିଥାଏ । ଏଥିସହ ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ କରିଥାଏ ।

-ତରଭୁଜରେ ଜଳୀୟ ଅଂଶ ଭରପୂର ରହିଛି ଆପଣ ଖାଇବା ଦ୍ୱାରା ଆପଣଙ୍କୁ ଭୋକ ଲାଗିବ ନାହିଁ ଫଳରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

-ତରଭୁଜରେ ପ୍ରଚୁର ପରିମାଣରେ ଭିଟାମିନ୍‌-C ରହିଛି । ଏହା ଆସ୍ଥମା ରୋଗୀଙ୍କ ପାଇଁ କୌଣସି ଔଷଧ ଠାରୁ କମ୍‌ ନୁହେଁ । ତରଭୁଜ ଖାଇବା ଦ୍ୱାରା ଶ୍ୱାସରୋଗ ମଧ୍ୟ ଦୂର ହୋଇଥାଏ  ।

 

Leave A Reply

Your email address will not be published.