Latest Odisha News

BREAKING NEWS

ଭାଷା ଭାଗବତ : ଦୁଃ ସଂଗେ ବାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ

ଦୁର୍ଗତି, ଦୁର୍ଜନ, ଦୁଶ୍ଚିଂତା
ଦୁଃସାହସ ଓ ଦୁରବସ୍ଥା
ଦୁର୍ବଳ, ଦୁର୍ଦଶା, ଦୁର୍ନାମ
ଦୁର୍ଦାଂତ, ଦୁର୍ଦଂଡ, ଦୁର୍ଦମ

ଦୁର୍ବୃତ୍ତ, ଦୁର୍ଧର୍ଷ, ଦୁର୍ଯୋଗ
ଦୁର୍ମୂଲ୍ୟ, ଦୁଷ୍ପ୍ରାପ୍ୟ ସୁଯୋଗ
ଆମେ ତ ଏ ସବୁ ସହିତ
ସଭିଏଁ ହୋଇଛୁଁ ଅଭ୍ୟସ୍ତ

ଦୁଃସ୍ଥ ଓ ଦୁଃଖୀ ଜନଗଣ
ଜୀବଂତ ହେଲେ ବି ମରଣ
ଯଂତ୍ରଣା କରି ଅନୁଭବ
ତ୍ୟାଗ କରଂତି ପ୍ରାଣ ଲୋଭ

ଦୁଃ ଭରା ଆମର ଏ ଦେଶ
କ୍ଳେଶ ହୁଏନି ଏଠି ଶେଷ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.