Latest Odisha News

BREAKING NEWS

ଭାଷା ଭାଗବତ : ପୂର୍ବାଗ୍ରହୀ ମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ପୁନର୍ଲିଖନ କରି କରି
ଦେବା କି ସବୁ ବେଳ ସାରି?
ଭାଷାରେ ହେଲେ ନବାୟନ
କ୍ରମଶଃ ଘଟଇ ଉତ୍‌ଥାନ

ଥିଲେ ବି ଅନେକ ପ୍ରମାଣ
ଲୋକଂକ ପୂର୍ବାଗ୍ରହୀ ମନ
ସେ ସବୁ ନ କଲେ ସ୍ବୀକାର
ହୁଏ ଭାଷାର ଅପକାର

ଲୋକେ ନ ହେଲେ ଅଗ୍ରଗାମୀ
ଦୁର୍ଦଶା ଯାଏନାହିଁ କମି
ଅତି ଅତୀତାସକ୍ତି ଯୋଗୁଁ
ଆମେ ତ ଦୁରବସ୍ଥା ଭୋଗୁଁ

ସରଳ, ଶୁଦ୍ଧ ଆଉ ସ୍ପଷ୍ଟ
କଲେ, ଭାଷା ହୁଏନି ନଷ୍ଟ

Leave A Reply

Your email address will not be published.