ତମେ ବଗିଚାର ଫୁଲ ନା
କୋଉ କାନଭାସର ଚିତ୍ର;
ତୁମକୁ ଭେଟିଲା ପରେ ଭୁଲେ
ମୁଁ ଜୀବନର ସରଳ ସୂତ୍ର!
ତମ ପାଇଁ ଜିଇଁଛି ମୁଁ
ତମେ ଯାହା କହିବ କରିବି;
କହିବ ତ ବାପଧନ ନେଇ
ତମ ଭ୍ୟାନିଟିରେ ଭରିବି!
ତମେ ଏମିତି ଗୋଟେ
ସାଇତା ବିଚିତ୍ର ଅସ୍ତ୍ର;
ସାମାନ୍ୟ ବିକିରଣରେ ମୋ
ଦେହ ଓ ମନ ଉଭୟ ଛିନ୍ଛତ୍ର!
ଇଶ୍ବରଙ୍କୁ ଧନ୍ୟବାଦ
ଏତେ ପରିଶ୍ରମକରି ତୁମକୁ ଗଢିଲେ;
ସତରେ ଇଶ୍ବର ସିଏ
ଇଶ୍ବର ବୋଲି ତୁମକୁ ଧରାକୁ ଛାଡିଲେ!
କେହିଜଣେ ଠିକ୍ କହିଥିଲା
ଏ ହୃଦୟଟା ମୋବାଇଲ୍ ତମେ ସିମ୍ କାର୍ଡ;
ତମେ ଭିତରେ ଭାଆରି ସଫ୍ଟ
ଲାଗିଥାଅ ଉପରକୁ ହାର୍ଡ!
ପ୍ଲିଜ୍ ତମେ ବାହାରକୁ
ବାହାରନି ଖରାଦିନ ଏବେ;
ଚଟ୍କି ଧରିଯିବ ନିଆଁ
ଫଟ୍କି କେତେ ମରିଯିବେ!
ମୁଁ ଏତେ ବପୁଶାଳୀ ଓଜନିଆ
ତମୁକୁ ପାରୁନି ଟାଣି;
ତମେ ଏତେ ପତଳା ହୋଇ ବି
ଫୁଙ୍କିଦେଲେ ମୁଁ ପିଏ ପେଟେ ପାଣି!!
Comments are closed.