Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

 

ଆଚ୍ଛା, ଛାଡ଼ ସେ କଥା, ତୁ କେତେବେଳୁ ଆସି ଏଠି କ’ଣ କରୁଥିଲୁ ? ଚପା ହସ ହସିଲା ପଦ୍ମିନୀ- କ’ଣ ଆଉ କରିବି ? ତତେ ଅପେକ୍ଷା କରି କରି, ତୋ ସାଙ୍ଗରେ ଟିକେ ଫାଜିଲାମି କରିବି ଭାବି ଏମିତି ଛଟାଗାଳି ଏଇ ପଥର ଉପରେ ଶୋଇଥିଲି ।

– ମୁଁ କିନ୍ତୁ ଭାବୁଥିଲି, ଏଇ ପାହାଡ଼ ଉପରେ ଆଜିର ଯେଉଁ ମତୁଆଲା ପରିବେଶ- ଏଇଠି ଛିଡ଼ା ହୋଇ ଆକାଶର ନୀଳିମା ଭିତରେ ତୁ ହଜି ଯାଉଥିବୁ । କଳ୍ପନାର ଶହ ଶହ ଆଖି ନେଇ, ବଉଦ ରଥରେ ବସି ତୋ’ରି ଆଡ଼କୁ ଓହ୍ଲାଇ ଆସୁଥିବା କୌଣସି ଅଜଣା ରାଜପୁତ୍ରର ଅଦେଖା ଚେହେରାକୁ ନିର୍ନିମେଷ ଚାହିଁ ରହିଥିବୁ । ଅଥଚ ତୁ… ?

ମୀନାକ୍ଷିର ଜିଜ୍ଞାସୁ ମୁହଁକୁ ଚାହିଁ ପଦ୍ମିନୀ ଅତିଧୀର ସ୍ୱରରେ କହିଲା- ବୁଝିଲୁ ମିନୀ, ଅନ୍ଧାର ଘରେ ବାଡି ବୁଲାଉଥିବା ଲୋକଟା ସିନା ଅଦେଖା, ଅଜଣା ରାଜପୁତ୍ରକୁ କଳ୍ପନା ଆଖିରେ ଖୋଜୁଥିବ, ଯିଏ ତା’ ରାଜକୁମାରର ଠିକଣା ପାଇ ସାରିଛି…? ମଝିରୁ କଥା ଛଡ଼େଇ ନେଇ, ଆଖିରେ ଆଖିଏ ପ୍ରଶ୍ନ ଧରି ମୀନାକ୍ଷି ପଚାରି ପକାଇଲା- ମୁଁ ତ କିଛି ବୁଝି ପାରିଲିନି ପଦ୍ମିନୀ ?

– ଅନୁଭୂତି ଥିଲା ଭଳି ଏତେସବୁ କହିଯାଉଛୁ; ଅଥଚ ଏତକ ବୁଝିପାରୁନୁ ?

ଏସବୁ ଦୃଶ୍ୟକୁ ଗୋଟିଏ ବାକ୍ୟରେ କହିବାକୁ ଗଲେ, ମୋ ଜୀବନର ରାଜକୁମାରଙ୍କୁ ମୁଁ ପାଇସାରିଛି ।’

ମୀନାକ୍ଷି ଅତି ଆନନ୍ଦରେ ପଦ୍ମିନୀକୁ କୁଣ୍ଢେଇ ପକାଇଲା-ହ୍ୱାଟ୍ ଏ ହ୍ୟାପି ନ୍ୟୁଜ୍ ଡିଏର୍‌! ହାଓ ହି ଇଜ୍‌?

ଦେଖ ମୀନା, ସେ ଦେଖିବାକୁ ଏତେ ସୁନ୍ଦର ଯେ, ତାଙ୍କ ଚେହେରା ବର୍ଣ୍ଣନା ପାଇଁ ମୋର ଭାଷା ନାହିଁ ।

ଅବାକ୍ ହେଲା ମୀନକ୍ଷି । ଜୀବନରେ କୌଣସି ଇତର ପୁରୁଷର ଛାଇକୁ ବି ଯିଏ ସ୍ପର୍ଶ କରିନି, ଆଜି ହଠାତ୍ ସେ ଏତେ ପ୍ରଗଲ୍‌ଭ କିପରି, ଏବେ ଯାଇ ସେ ପ୍ରହେଳିକାର ପ୍ରକୃତ ମଞ୍ଜକୁ ଧରି ପାରିଲା । ନାରୀ ପୁରୁଷ ନିର୍ବିଶେଷରେ ଶାରୀରିକ ସୌନ୍ଦର୍ଯ୍ୟର ଆକର୍ଷଣ ଯେ ନିଶ୍ଚିତ ଭାବରେ ପ୍ରଭାବଶାଳୀ, ଏ କଥା ସେ ଆଜି ଠିକ୍‌ ଭାବେ ବୁଝିପାରିଲା ।

Leave A Reply

Your email address will not be published.