Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୪

ଜନସଚେତନତା ପାଇଁ ଡକ୍ଟର ଦେବିକାଙ୍କ ତତ୍ପରତା ବେଶ୍ ଆକର୍ଷଣୀୟ ହେଉଥିଲା। ତିଥି ଯୋଗଦେବାସହିତ ସଞ୍ଜୁଅପା ଓ ଅନ୍ୟ ଅନେକଙ୍କୁ ନେଇ ଦଳ ଗଠନ ହେଲା। ହେଲା ପୁଣି କାମର ଆବଣ୍ଟନ। ଡକ୍ଟର ନିଜେ ଇଚ୍ଛାକରି ମୁଗୁନି ଓ ସନିଆକୁ ଆଣିଲେ।

ଶହୀଦ-ଯବାନ ପଡିଆରେ ଆରମ୍ଭ ହେଲା କାମ। ସବୁବେଳେ ସହରତଳି ବସ୍ତିକୁ ଯାଇ ଯାହାସବୁ କରାହୁଏ,ସେସବୁ ଏଥର ଏଇଠିହବ। ଗର୍ଭବତୀ ମହିଳା,ମାଆ ଓ ଶିଶୁମାନଙ୍କୁନେଇ ପରିଷ୍କାର ପରିଚ୍ଛନ୍ନତା ସହ ରୋଜଗାରକ୍ଷମ ଓ ଶିକ୍ଷା ଉପରେ ଗୁରୁତ୍ୱଦେଇ ନାନାଦି, ସ୍ଳୋଗାନ, ପଟ୍ଟଚିତ୍ର, ଏକାଙ୍କିକା ଇତ୍ୟାଦି ଇତ୍ୟାଦି ଅନେକ ….।ତାଲିକା ଲମ୍ବୁଥାଏ … ଆଗ୍ରହ ବଢୁଥାଏ।

ବାଉଁଶ ପୋତି ଟେଣ୍ଟ କାମ ପାଇଁ ସନିଆ ମିଶିଗଲା ….। ଛୋଟ କୁଲେଇସବୁ ବାଉଁଶରେ ବନେଇଲା…ଶିଉଳିଠୁ ଶିଖିଥିବା ମୁଗୁନି ସେଥିରେ ମାଟି ଓ ସୋଲରେ ମାଆ,ଝିଅର ମୁହଁ ଗଢିଲା, ଆଉ ତିଥିର ପିଲାଏ ରଙ୍ଗ ଦେଲେ..। ଶୁଖେଇଲେ ସଞ୍ଜୁଅପାଙ୍କ ଦଳ।ଏସବୁ ବିକ୍ରି ହେବ।ଆଉ ସେଥିରେ ସେଇମାନଙ୍କ ଉନ୍ନତି କଳ୍ପେ କାମ ହେବ।

ସତରେ ଯଦି ମାଆ ହୋଇପାରିଲିନି, ଗଢିବାରେ ମନା ତ ନାହିଁ…।ଓରମାନ ମେଣ୍ଟିବ …ଉହୁଁ …ଧାରଧାର ବହୁଥିଲା ଗାଲକୁ ଓଦାକରି।ଏକଥା ଡକ୍ଟର ଦେବିକାଙ୍କ ଆଖିରେ ପଡିଲା। ସେ ଚାହୁଁଥିଲେ ଖୁସି ଦେବାକୁ, ତାଙ୍କ ପାଖରେ ଅସୁଖି ଜନସଚେତନତା ପାଇଁ ଡକ୍ଟର ଦେବିକାଙ୍କ ତତ୍ପରତା ବେଶ୍ ଆକର୍ଷଣୀୟ ହେଉଥିଲା।ତିଥି ଯୋଗଦେବାସହିତ ସଞ୍ଜୁଅପା ଓ ଅନ୍ୟ ଅନେକଙ୍କୁ ନେଇ ଦଳ ଗଠନ ହେଲା। ହେଲା ପୁଣି କାମର ଆବଣ୍ଟନ। ଡକ୍ଟର ନିଜେ ଇଚ୍ଛାକରି ମୁଗୁନି ଓ ସନିଆକୁ ଆଣିଲେ।

ଶହୀଦ-ଯବାନ ପଡିଆରେ ଆରମ୍ଭ ହେଲା କାମ। ସବୁବେଳେ ସହରତଳି ବସ୍ତିକୁ ଯାଇ ଯାହାସବୁ କରାହୁଏ,ସେସବୁ ଏଥର ଏଇଠିହବ। ଗର୍ଭବତୀ ମହିଳା, ମାଆ ଓ ଶିଶୁମାନଙ୍କୁ ନେଇ ପରିଷ୍କାର ପରିଚ୍ଛନ୍ନତା ସହ ରୋଜଗାରକ୍ଷମ ଓ ଶିକ୍ଷା ଉପରେ ଗୁରୁତ୍ୱଦେଇ ନାନାଦି, ସ୍ଳୋଗାନ, ପଟ୍ଟଚିତ୍ର, ଏକାଙ୍କିକା ଇତ୍ୟାଦି ଇତ୍ୟାଦି ଅନେକ ….। ତାଲିକା ଲମ୍ବୁଥାଏ … ଆଗ୍ରହ ବଢୁଥାଏ।

ବାଉଁଶ ପୋତି ଟେଣ୍ଟ କାମ ପାଇଁ ସନିଆ ମିଶିଗଲା ….। ଛୋଟ କୁଲେଇସବୁ ବାଉଁଶରେ ବନେଇଲା…ଶିଉଳିଠୁ ଶିଖିଥିବା ମୁଗୁନି ସେଥିରେ ମାଟି ଓ ସୋଲରେ ମାଆ,ଝିଅର ମୁହଁ ଗଢିଲା, ଆଉ ତିଥିର ପିଲାଏ ରଙ୍ଗ ଦେଲେ..।ଶୁଖେଇଲେ ସଞ୍ଜୁଅପାଙ୍କ ଦଳ।ଏସବୁ ବିକ୍ରି ହେବ।ଆଉ ସେଥିରେ ସେଇମାନଙ୍କ ଉନ୍ନତି କଳ୍ପେ କାମ ହେବ।

ସତରେ ଯଦି ମାଆ ହୋଇପାରିଲିନି, ଗଢିବାରେ ମନା ତ ନାହିଁ…। ଓରମାନ ମେଣ୍ଟିବ …ଉହୁଁ …ଧାରଧାର ବହୁଥିଲା ଗାଲକୁ ଓଦାକରି। ଏକଥା ଡକ୍ଟର ଦେବିକାଙ୍କ ଆଖିରେ ପଡିଲା। ସେ ଚାହୁଁଥିଲେ ଖୁସି ଦେବାକୁ, ତାଙ୍କ ପାଖରେ ଅସୁଖୀ ହେଲେ ତ ହେବନି ।
ଆରମ୍ଭ ହେଲା ନାନାଦି ପରୀକ୍ଷା। ଆରମ୍ଭ ହେଲା ନୂଆ ଜୀବନ। ମୁଗୁନି ଏବେ ନବଜାତ ଶିଶୁଙ୍କ ସେବାରେ ନିୟୋଜିତ ହେଲା।
ଏଇ ମାଆ ଆଣିଥିଲେ ଶିଉଳିକୁ କେଉଁଠି ଏବେ ସେ…କେମିତି ଥିବ କେଜାଣି, ମୁଗୁନି କହୁଥିଲା ମନେ ମନେ।

ସଂହିତା ଓ ଶ୍ରୀମନ୍ତ ବେଦ ଉଚ୍ଚାରଣ କରି ଆରମ୍ଭ କଲେ କାର୍ଯ୍ୟକ୍ରମ। ଭଉଣୀ ଯୋଗମାୟା ମାଆ ଓ ଶିଶୁଙ୍କ ବିକାଶ ଉପରେ ଗୁରୁତ୍ୱଦେଇ ଆରମ୍ଭ କଲେ ବକ୍ତବ୍ଯ। ଅନେକ ମାଆ ଓ ଶିଶୁ ନୀରବରେ ଶୁଣୁଥିଲେ, ଦେଖୁଥିଲେ, ବୁଝୁଥିଲେ…।ସେଇଠି କହିଲେ ଦୁଇ ଭାଇ ଭଉଣୀ ଆମେ ଡାକ୍ତରୀ ପଢିବୁ।’ଦେବିକା ଭବନ’ର ଦାୟିତ୍ୱ ନେବୁ। ସ୍ବାଭାବିକ କଥା…।

ସୁନ୍ଦର କାର୍ଯ୍ୟକ୍ରମ ସଫଳତା ପାଇଲା।ଡକ୍ଟର ବସାଙ୍କ ଅନୁପସ୍ଥିତି ଭଲ ଲାଗୁନଥିଲା।ଦୁଇଜଣଙ୍କ ପରସ୍ପର ବୁଝାମଣାରେ ହେଉଥିବା କାମସବୁ ଆଖିଦୃଶିଆ ହୁଏ ସବୁବେଳେ।ଏଥର ବି ଫିକା ପଡିନଥିଲା, କିନ୍ତୁ ଆଖି ଓ ମନ ତାଙ୍କୁ ଖୋଜୁଥିଲା।’ଜୀବନବିନ୍ଦୁ’ର ମହିଳାମାନେ ମୋ’ ସହିତ ଆସିଥିଲେ।ଅମୃତା ଆସିବନି ଏକଥା ତ ହୋଇପାରିବନି।

ଚନ୍ଦ୍ରା ପାଖକୁ ଗଲି।କେତେ ବିରକ୍ତ ହେଉଥିଲି ତା’ ଉପରେ ମୁଁ।ସେ ଆଜି କହୁଚି ମହିଳା କେମିତି ରୋଜଗାରକ୍ଷମ ହେବେ ମହିଳା ସବୁଦିନେ ମହିଳା …।

:ଏ ଚନ୍ଦ୍ରା କେତେଦିନ ପରେ ଦେଖା ଆମର
:ହୁଁ
:ଏବେ କେମିତି ଓ କୋଉଠି
:ଧାରା ମୋ’ର ପାର୍ଲୋର ଓ ତାର ପ୍ରଡକ୍ଟକୁ ନେଇ ବ୍ୟସ୍ତ ରହୁଛି।
:ଆରେ ,ଅଭିନନ୍ଦନ ଓ ଶୁଭେଚ୍ଛା ନିଅ।
:ଧନ୍ୟବାଦ।
:ଘରେ ସବୁ କିଏ କେମିତି ଅଛନ୍ତି
:ଘର… ଏକା ମୁଁ। ଏଇ ଅମୃତା ଏତେ କଥା କହୁଚି ଭାବିଲି ଖାଲି
:ମୁଁ ବି ଏକା…ନା ମ ମୋ’ ପରିବାର ‘ଜୀବନବିନ୍ଦୁ’
:ଆସ ମିଶିଯାଅ ମୋ’ ସହିତ
:ଧନ୍ୟବାଦ, ଜଣେଇବି ପରେ।
:ଠିକ୍ ଅଛି।

ଯୋଉଦିନ ସମସ୍ତଙ୍କୁ କ୍ଷମାକରି ଘରକୁ ଯାଇଥିଲି , ସେଇଦିନ ଆଉଥରେ ଭେଟିଲି ନୂଆ ରୂପରେ ସମସ୍ତଙ୍କୁ।ଜାଣିଲି ମୁଁ ମୋ’ର।ଥାଅ ସମସ୍ତେ ଭଲରେ।ମୁଁ ମୋ’ ପିଲାଙ୍କ ସହିତ ରହିବି ଖୁସିରେ …ନା’ଥିବ ଜଞ୍ଜାଳ ନା’ଥିବ ବନ୍ଧନ…ମୁକ୍ତ ମୁଁ …ମୁଁ ଜଞ୍ଜାଳମୁକ୍ତ ।’ଧାରା’ ମୋ’ର…ତାକୁଇ ନେଇ ନୂଆ ଦିଗନ୍ତରେ ନୂଆନୂଆ ସମ୍ଭାବନା ସହ ଅବିରତ ଭାବରେ ପ୍ରକାଶିତ ହେଉଥିବି …। ହେଲେ ତ ହେବନି ।

ଆରମ୍ଭ ହେଲା ନାନାଦି ପରୀକ୍ଷା। ଆରମ୍ଭ ହେଲା ନୂଆ ଜୀବନ। ମୁଗୁନି ଏବେ ନବଜାତ ଶିଶୁଙ୍କ ସେବାରେ ନିୟୋଜିତ ହେଲା। ଏଇ ମାଆ ଆଣିଥିଲେ ଶିଉଳିକୁ କେଉଁଠି ଏବେ ସେ…କେମିତି ଥିବ କେଜାଣି, ମୁଗୁନି କହୁଥିଲା ମନେ ମନେ। ଏ ମାଆ,ଏଇଯେ ଶିଉଳି … ଯୋଗମାୟା କହୁଚନ୍ତି ଏମାନେ ଯେ..ଦୋ ଦୋ ଚିହ୍ନା ଲାଗୁଥିଲା… ।ପଚାରିବି କି …ନା ଥାଉ।

ସଂହିତା ଓ ଶ୍ରୀମନ୍ତ ବେଦ ଉଚ୍ଚାରଣ କରି ଆରମ୍ଭ କଲେ କାର୍ଯ୍ୟକ୍ରମ। ଭଉଣୀ ଯୋଗମାୟା ମାଆ ଓ ଶିଶୁଙ୍କ ବିକାଶ ଉପରେ ଗୁରୁତ୍ୱଦେଇ ଆରମ୍ଭ କଲେ ବକ୍ତବ୍ଯ। ଅନେକ ମାଆ ଓ ପିଲା ନୀରବତା ରଖି ଶୁଣୁଥିଲେ, ଦେଖୁଥିଲେ, ବୁଝୁଥିଲେ…।ସେଇଠି କହିଲେ ଦୁଇ ଭାଇ ଭଉଣୀ ଆମେ ଡାକ୍ତରୀ ପଢିବୁ।’ଦେବିକା ଭବନ’ର ଦାୟିତ୍ୱ ନେବୁ। ସ୍ବାଭାବିକ କଥା…।

ସୁନ୍ଦର କାର୍ଯ୍ୟକ୍ରମ ସଫଳତା ପାଇଲା।ଡକ୍ଟର ବସାଙ୍କ ଅନୁପସ୍ଥିତି ଭଲଲାଗୁନଥିଲା।ଦୁଇଜଣଙ୍କ ପରସ୍ପର ବୁଝାମଣାରେ ହେଉଥିବା କାମସବୁ ଆଖିଦୃଶିଆ ହୁଏ ସଦା।ଏଥର ଫିକା ପଡିନଥିଲା, କିନ୍ତୁ ଆଖି ଓ ମନ ତାଙ୍କୁ ଖୋଜୁଥିଲା।’ଜୀବନବିନ୍ଦୁ’ର ମହିଳାମାନେ ମୋ’ ସହିତ ଆସିଥିଲେ।ଅମୃତା ଆସିବନି ଏକଥା ତ ହୋଇପାରିବନି।

ଚନ୍ଦ୍ରା ପାଖକୁ ଗଲି।କେତେ ବିରକ୍ତ ହେଉଥିଲି ତା’ ଉପରେ ମୁଁ।ସେ ଆଜି କହୁଚି କେମିତି ରୋଜଗାରକ୍ଷମ ହେବେ ମହିଳା…।
: ହାୟ,ଚନ୍ଦ୍ରା କେତେଦିନ ପରେ ଦେଖା ଆମର
:ହେଲୋ,ଅମୃତା ।
:ଏବେ କେମିତି ଓ କୋଉଠି
:ଧାରା ମୋ’ର ପାର୍ଲୋର ଓ ତାର ପ୍ରଡକ୍ଟକୁନେଇ ବ୍ୟସ୍ତ ରହୁଛି।
:ଆରେ ,ଅଭିନନ୍ଦନ ଓ ଶୁଭେଚ୍ଛା ନିଅ।
:ଧନ୍ୟବାଦ।
:ଘରେ ସବୁ କିଏ କେମିତି ଅଛନ୍ତି
:ଘର… ଏକା ମୁଁ। ଏଇ ଅମୃତା ଏତେ କଥା କହୁଚି ଭାବିଲି ଖାଲି
:ମୁଁ ବି ଏକା…ନା ମ ମୋ’ ପରିବାର ‘ଜୀବନବିନ୍ଦୁ’
:ଆସ ମିଶିଯାଅ ମୋ’ ସହିତ
:ଧନ୍ୟବାଦ, ଜଣେଇବି ପରେ।
:ଠିକ୍ ଅଛି।

ଯୋଉଦିନ ସମସ୍ତଙ୍କୁ କ୍ଷମାକରି ଘରକୁ ଯାଇଥିଲି , ସେଇଦିନ ଆଉଥରେ ଭେଟିଲି ନୂଆ ରୂପରେ ସମସ୍ତଙ୍କୁ। ଜାଣିଲି ମୁଁ ମୋ’ର। ଥାଅ ସମସ୍ତେ ଭଲରେ। ମୁଁ ମୋ’ ପିଲାଙ୍କ ସହିତ ରହିବି ଖୁସିରେ …ନାଥିବ ଜଞ୍ଜାଳ ନା’ଥିବ ବନ୍ଧନ…ମୁକ୍ତ ମୁଁ …। ‘ଧାରା’ ମୋ’ର…ତାକୁଇ ନେଇ ନୂଆ ଦିଗନ୍ତରେ ନୂଆନୂଆ ସମ୍ଭାବନାରେ ଅବିରତ ପ୍ରକାଶିତ ହେଉଥିବି …। ( କ୍ରମଶଃ )

Leave A Reply

Your email address will not be published.