Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ମେଡିକାଲ ସେକ୍ସନ ଅଫିସର

ସମ୍ବଲପୁର : ଭିଜିଲାନ୍ସ ଜାଲରେ ସମ୍ବଲପୁର ସଦର ମେଡିକାଲ ସିଡିଏମଓ କାର୍ଯ୍ୟାଳୟର ସେକ୍ସନ ଅଫିସର । ସମ୍ବଲପୁର ସଦର ମେଡ଼ିକାଲରେ ସେକ୍ସନ ଅଫିସର ମନୋରଞ୍ଜନ ପ୍ରଧାନଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ମେଡିକାଲର ଜଣେ କର୍ମଚାରୀଙ୍କ ଏରିଅର କରାଇଦେବା ନାଁରେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଉ ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ସେକ୍ସନ ଅଫିସର ମନୋରଞ୍ଜନ ପ୍ରଧାନ।

ସେକ୍ସନ ଅଫିସର ଲାଞ୍ଚ ମାଗୁଥିବାରୁ ମେଡିକାଲ କର୍ମଚାରୀ ଜଣକ ଭିଜିଲାନ୍ସର ନିକଟରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ମନୋରଞ୍ଜନ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ମନୋରଞ୍ଜନଙ୍କୁ ଭିଜିଲାନ୍ସ ଅଫିସ ନିଆଯାଇ ଅଧିକ ପଚରାଉଚରା କରାଯାଉଛି ।

Leave A Reply

Your email address will not be published.