ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୧୧
କେମିତି ଭୁଲିବ! ମହକଟା ତୀବ୍ରଭାବେ ସନ୍ଧ୍ୟା ବେଳରୁ ଅକ୍ତିଆର କରି ରଖିଛି । ଅନ୍ୟମନସ୍କ ହେଇଯିବା ସ୍ୱାଭାବିକ ।
ସେ ଝିଅଟି କଥା ମନକୁ ଆସିଲାରୁ ତା’କୁ ସନ୍ଦେହ ହେଲା । ଏଇ ନିହାତି ସେଇ ଝିଅର ଫରଫ୍ୟୁମ୍ ନୁହେଁ ତ! ଯେ ହଠାତ୍ ଆସି ଅନ୍ଧାରରେ ମିଶିଗଲା । କିଏ ସେ ଝିଅ?
ମାନେ.. ସେ ଝିଅ ଆଉ କ’ଣ ବୈଭବଙ୍କ କାରରେ ଗଲା? ଯଦିବା ହଁ, ତେବେ କିଏ ବି ହେଇଥିବ । ଅଫିସର କିଏ!
ଯା’ ହେଲେ ବି ତା’ର ପର୍ଫ୍ୟୁମ ୟାଙ୍କ ବ୍ଲେଜର୍ ସାରା ମହକୁଛି କେମିତି?
କ’ଣ ଆଜି ସନ୍ଧ୍ୟାରେ ଏକାଠି ଥିବେ !..ଇଏ ତ’ ମେସେଜ୍ର ରିପ୍ଲାଏ ଦେଇଥିଲେ, ଗୋଟେ ମିଟିଙ୍ଗ୍ରେ ଅଛନ୍ତି । ସରୁସରୁ ଲେଟ୍
ହବ ।’ ଡୋଣ୍ଟ ୱେଟ୍ ଫର ମିଃ ।”
ତେବେ! ତା’ ସନ୍ଦେହ କ’ଣ ସତ! ଆଗରୁ ବି ତାଙ୍କର କିଛି ହାବଭାବ ସନ୍ଦେହରେ ପକେଇଛି ତା’କୁ । କିନ୍ତୁ ସେ ଏଡାଇ ଯାଇଛି ।
ଆଜି ବି ମନେ ପଡେ, ସେକେଣ୍ଡ ଆନିିଭର୍ସରି ଦିନ, ସେ ସନ୍ଧ୍ୟା ବେଳରୁ ଅପେକ୍ଷା କରିକରି ରାତି ହେଲା । ଜଲ୍ଦି ଫେରି ଆସିବାକୁ
କଥା ଦେଇଥିଲେ । ଅନେକ ବେଳରୁ ଟ୍ରାଏ କରିକରି ଫୋନ୍ ଲାଗିଲା ନାହିାଁ । ବୈଭବଙ୍କ ଦୁଇଟି ଯାକ ଫୋନ୍ ସୁଇଚ୍ ଅଫ୍ । ନହେଲେ ନଟ୍ ରିଚେବଲ୍ । ବାଧ୍ୟ ହେଇ ଆଉ ବହୁତ ଭାବିଚିନ୍ତି ଅଫିସ୍ ନମ୍ବରକୁ ଫୋନ୍ କରିବାରୁ, ଖବର ପାଇଲା ସାର୍ କେତେବେଳୁ ବାହାରି ଗଲେଣି ।
ସେ ଜାଣେ, ବୌଭବଙ୍କୁ ଆଦୌ ପସନ୍ଦ ନୁହେଁ ଅଫିସକୁ ଫୋନ୍ କରି ବୁଝିବା । ତା’ର ମନେପଡେ, ନୂଆ ନୂଆ ଥରେ କରିଥିଲା । ସେ ବି ନିହାତି ଡ଼ରି ଯାଇ । ଝଡ ତୋଫାନ୍ ରାତି ବଢୁଥିଲା ତ, ତା ଭୟର ମାତ୍ରାଟା ବି ସେଇ ହିସାବରେ ବଢୁଥାଏ । ସେତେବେଳେ ତଳେ କେବଳ ଜଣେ ୱାଚ୍ମ୍ୟାନ ଛଡ଼ା ଆଉ କେହି ବି ନ ଥାଆନ୍ତି ।
(କ୍ରମଶଃ)
Comments are closed.