Latest Odisha News

BREAKING NEWS

ସାମାଜିକ ଓ ସାଂସ୍କୃତିକ ପ୍ରବର୍ତ୍ତିକମାନଙ୍କ ପାଇଁ ତାଲିମ ଶିବିର

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ୟୁନିସେଫର ଆର୍ଥିକ ସହାୟତାରେ ସଂସ୍କୃତିର ପ୍ରଚାର ପ୍ରସାର ଓ କଳାକାରମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଜିଲ୍ଲାର ନିର୍ବାଚିତ ପ୍ରବର୍ତ୍ତକମାନଙ୍କ ପାଇଁ ଏକ ୪ ଦିନିଆ ତାଲିମ ଶିବିର ସ୍ଥାନୀୟ ସଂସ୍କୃତି ଭବନରେ ଆରମ୍ଭ ହୋଇଯାଇଛି।

ପ୍ରଥମ ଦିନର ଉଦଘାଟନୀ ଉତ୍ସବରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ମୁଖ୍ୟ ଅତିଥି , ୟୁନିସେଫର ଓଡ଼ିଶା ମୁଖ୍ୟ ମୋନିକା ନିଲସନ ସମ୍ମାନିତ ଅତିଥି ଏବଂ ରଞ୍ଜନ କୁମାର ଦାସ, ସୁଗତ ରାୟ, ସଞ୍ଜୟ ମିଶ୍ର, ବାସୁଦେବ ମାଲବିଷୋୟୀ, ଅବନୀ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ଚଳିତ ମାସ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶିବିରରେ ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ସାମାଜିକ ଓ ସାଂସ୍କୃତିକ ପ୍ରବର୍ତ୍ତକମାନଙ୍କୁ ତାଲିମ ଦିଆଯିବ ବୋଲି ସୂଚନା ଦିଆଯାଇଛି।

Comments are closed, but trackbacks and pingbacks are open.