Latest Odisha News

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’

ତୋର ଆଜି ମୁଁ ଯେତେ ପ୍ରସଂଶା କଲେ ବି କମ ହେବ ଆସ୍ଥା,ତେଣୁ ଆଶୀର୍ବାଦ କରୁଚି ସବୁବେଳେ ସୁଖୀ ରହ । ତୁ ଜାଣିନୁ କେତେ ବଡ଼ ମହାନ କାମ କରିଚୁ ! ଏମ୍ତି ପିଲାମାନେ ଆଜିକାଲି ପରିବାର ,ସମାଜ ଠାରୁ ଅବହେଳିତ ହୋଇ କେତେ କେତେ ଅକ୍ଷମଣୀୟ ଅପରାଧ କରି ବସୁଛନ୍ତି ,ଶେଷରେ ନିଜ ଭବିଷ୍ୟତ ବିପନ୍ନ କରିବା ସହିତ ସମାଜ ,ରାଜ୍ୟ ତଥା ରାଷ୍ଟ୍ରର ମଧ୍ୟ ଅନିଷ୍ଟ କରୁଛନ୍ତି ! ତେଣୁ ମୁଁ ତୋ ବିଚାରକୁ ସ୍ୟାଲୁଟ କରୁଚି ! ଗୁଡାଏ କାମ ପଡ଼ିଛିରେ ରହୁଚି ପରେ କଥା ହେବି କହି ଅତି ଭାବାବେଗ ର ସହିତ ଫୋନ ରଖିଲେ ନିମିଅପା !

ସମ୍ଭବ ସନ୍ଧ୍ୟାରେ ଘରକୁ ଫେରିବେ ବୋଲି ଫୋନ କଲେ । ଖୁସି ହୋଇ ସମ୍ଭବଙ୍କର ପ୍ରିୟ ସ୍ନାକ୍ସ ପନିର ପକୋଡା ପାଇଁ ଆଣ ସଜାଡି ରଖିଲା ଆସ୍ଥା । ରାତି ପାଇଁ କ୍ଷୀରି ତିଆରିରେ ଲାଗିପଡ଼ିଲା । ପିଲାମାନେ ବି ସ୍କୁଲରୁ ଆସିଗଲେ। ପାପାଙ୍କ( ସମ୍ଭବ)ଆସିବା ଖବର ଜାଣି ଖୁସିରେ ବୁହାଟେ ନାଚିଗଲେ ସ୍ୱୟଂ ଆଉ ସ୍ୱାହା ! ଆସ୍ଥା ଆଉ ପିଲାମାନଙ୍କ ଖୁସିରେ ଖୁସି ହେଉଥିଲା ସୁରେଖା । ଘରେ ଗୋଟେ ଖୁସିର ମାହଲ ଖେଳିଯାଇଥିଲା । ସନ୍ଧ୍ୟାରୁ ଆସି ରାତି ହେଲା ! ଆସ୍ତେ ଆସ୍ତେ ସମସ୍ତଙ୍କର ଖୁସିରେ ଭଟ୍ଟା ପଡ଼ିବାକୁ ଲାଗୁଥିଲା ! ବୋଧ ହୁଏ ଦୁଆର ମୁହଁରେ କାହାର ଆସିବାର ପାଦ ଶବ୍ଦ । ତାପରେ କଲିଂ ବେଲ୍ ର ।

କ୍ରମଶଃ

Leave A Reply

Your email address will not be published.