Latest Odisha News

BREAKING NEWS

ଭାଷା ଭାଗବତ : ଭାଷା ହୁଏ ଟଳମଳ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପର୍ବପର୍ବାଣି ଜନ୍ମଦିନ
ଋତୁ ଅଥବା ଶ୍ରାଦ୍ଧଦିନ
କରିଲେ ଏକାଂତେ ପାଳନ
କଲେ କି ହୁଏ କିଛି ନ୍ୟୂନ ?

ଏପରି ପ୍ରସଂଗକୁ ଧରି
ଲେଖିଲେ ଭାବନା କାହାରି
ପାଏ କି ସାହିତ୍ୟର ମାନ ?
ବିଚାର କରଂତୁ ସୁଜନ

ପୂର୍ବବର୍ଣିତ ଭାବ ସବୁ
ଲେଖିବା କଥା କିଆଁ ଭାବୁଁ ?
ଭିନ୍ନ ଶବ୍ଦରେ ପୂର୍ବ କଥା
କାହିଁକି ଲେଖିବା ଅଯଥା ?

ସାହିତ୍ୟ ହେଲେ ଶବ୍ଦ ଖେଳ
ଭାଷା ବି ହୁଏ ଟଳମଳ

Leave A Reply

Your email address will not be published.