Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ହସ୍ପିଟାଲ୍ ପହଂଚାଇଲେ ସୋନୁ ସୁଦ୍

ଭୁବନେଶ୍ୱର: ଅଭିନେତା ସୋନୁ ସୁଦଙ୍କ ଅଟୋବାୟୋଗ୍ରାଫୀ ନିକଟରେ ସାମ୍ନାକୁ ଆସିଥିଲା । ଟାଇଟଲ୍ ରହିଥିଲା ଆଇ ଆମ୍ ନୋ ମସିହା । ତେବେ ଏହି ଅଟେବାୟୋଗ୍ରାଫୀ ଯେ ଯଥାର୍ଥ, ତାହା ପୁଣି ସୋନୁ ସୁଦ୍ ପ୍ରମାଣିତ କରିଛନ୍ତି । ଗତକାଲି ସୋନୁ ପଂଜାବର ମୋଗା ଜିଲ୍ଲା ଦେଇ ଆସୁଥିଲାବେଳେ ଜଣେ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ । ଆହତ ଜଣକ ବେହୋସ୍ ଥିଲାବେଳେ ସୋନୁ ତାଙ୍କୁ ବୋହି ନେଇ ହସ୍ପିଟାଲ ପହଂଚାଇଥିଲେ ।

ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଉଦ୍ଧାର କରି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଗତକାଲି ରାତିରେ ସୋନୁ ସୁଦ୍ ପଂଜାବର ମୋଗା ଜିଲ୍ଲା ଦେଇ ଯାଉଥିଲେ । ସେହି ସମୟରେ କୋଟକପୁରା ବାଇପାସରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବେଶି କିଛି ନଭାବି ଅବିଳମ୍ବେ ସୋନୁ ସୁଦ ଆହତଙ୍କୁ ବୋହିନେଇ ହସ୍ପିଟାଲ ପହଂଚାଇଥିଲେ । ଏପରିକି ତାଙ୍କ ଚିକିତ୍ସା ବାବଦକୁ ମଧ୍ୟ ସୋନୁ ସୁଦ ସମସ୍ତ ଖର୍ଚ୍ଚ ବହନ କରିଥିଲେ । ସୋନୁଙ୍କ ଏହି ନିଃସ୍ୱାର୍ଥପର ସେବା ତାଙ୍କୁ ନିଶ୍ଚିତ ଭାବେ ରିଅଲ୍ ହିରୋ ବନାଇପାରିଛି ।

Comments are closed, but trackbacks and pingbacks are open.