Latest Odisha News

BREAKING NEWS

ତାଳଚେର ମାଟି ଧସିବା ଘଟଣା: ଏମସିଏଲକୁ ଦାୟୀ କଲେ ସ୍ଥାନୀୟ ବିଧାୟକ

ତାଳଚେର: ତାଳଚେର ମାଟି ଧସିବା ଘଟଣାରେ ଗୁରୁବାର ଦିନ ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ମହାନଦୀ କୋଲଫିଲ୍ଡ ଲିମିଟେଡ଼ (ଏମସିଏଲ)କୁ ଦାୟୀ କରିଛନ୍ତି ।

“ଏମସିଏଲ ଅଧିକାରୀମାନେ ସୁରକ୍ଷାର ପୂର୍ବ ପ୍ରସ୍ତୁତି ବିନା କୋଇଲାଖଣିର ରେଡ଼ ଜୋନ୍ ଘୋଷିତ ହୋଇଥିବା ମାଟିତଳ ସ୍ଥାନରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିଲେ । ମୁଁ ଏ ପ୍ରସଙ୍ଗରେ କୋଇଲା ମନ୍ତ୍ରାଳୟ ସହ ଆଲୋଚନା କରିବି” ବୋଲି ବ୍ରଜ କିଶୋର ଗଣମାଧ୍ୟମକୁ କହିଛନ୍ତି ।

ଆହୁରି ମଧ୍ୟ ସେ କହିଛନ୍ତି ଯେ ଏମସିଏଲର ଏକ ଉଦ୍ଧାରକାରୀ ଦଳ ୩ଟି ପୋକଲେନ ଓ ୩ଟି ଜେସିବି ସାହାଯ୍ୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ସକାଳୁ ବର୍ଷା ହେବା କାରଣରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା, କିନ୍ତୁ ଏବେ ଏହା ଯୁଦ୍ଧ କାଳୀନ ଭିତ୍ତିରେ ଆଗେଇ ଚାଲିଥିବା ବିଧାୟକ କହିଛନ୍ତି ।

ସୂଚନାଯୋଗ୍ୟ, ତାଳଚେରର ଉଦୟପୁର ଖୋଇଲା ଖଣିରେ ମଙ୍ଗଳବାର ଦିନ ମାଟି ଧସିଯାଇଥିଲା । ଯେଉଁଥିରେ ଏଯାବତ୍ ୪ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆହୁରି ଅନେକ ଫସି ରହିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.