Latest Odisha News

‘ଆନ୍ତଃରାଜ୍ୟ ନଦୀଜଳ ବିବାଦ ଟ୍ରିବ୍ୟୁନାଲ’ ଗଠନକୁ ଲୋକସଭାରେ ବିଜେଡ଼ିର ବିରୋଧ

ନୂଆଦିଲ୍ଲୀ: ଏକକ ଆନ୍ତଃରାଜ୍ୟ ନଦୀଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ ନେଇ କେନ୍ଦ୍ର ନେଇଥିବା ନିଷ୍ପତ୍ତିକୁ ଗୁରୁବାର ଦିନ ବିଜୁ ଜନତା ଦଳ ବିରୋଧ କରିଛି ।

ଏହି ପ୍ରସଙ୍ଗକୁ ଲୋକସଭାରେ ଉପସ୍ଥାପିତ କରି ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯଦିଓ ଜଳ ଉତ୍ସ ଏକ ରାଜ୍ୟ ଭିତ୍ତିକ ପ୍ରସଙ୍ଗ, ତେଣୁ ଏସମ୍ପର୍କୀତ କୌଣସି ଆଲୋଚନା ହେବା ଉଚିତ ନୁହେଁ ।

ସେ ଆହୁରି କହିଛନ୍ତି ଯେ, ଲୋକସଭାରେ ଏକକ ଆନ୍ତଃରାଜ୍ୟ ନଦୀଜଳ ବିବାଦ ଟ୍ରିବ୍ୟୁନାଲ୍ ଗଠନ ନେଇ ସମ୍ପର୍କୀୟ ବିଲଟିକୁ ଉପସ୍ଥାପିତ କରିବା ପୂର୍ବରୁ ଏନେଇ ସଂପୃକ୍ତ ରାଜ୍ୟମାନଙ୍କ ସହିତ ଆଲୋଚନା କରିବା ଆବଶ୍ୟକ ।

Leave A Reply

Your email address will not be published.