Latest Odisha News

BREAKING NEWS

ଜୋର୍‌ ଧରିଲା ବେଆଇନ୍‌ ଚିଙ୍ଗୁଡି ଘେରି ବନ୍ଦ ଦାବି, ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା

ଭଦ୍ରକ: ବେଆଇନ୍‌ ଚିଙ୍ଗୁଡି ଘେରି ବନ୍ଦ ଦାବିରେ ତାତିଲେ ସ୍ଥାନୀୟ ଲୋକ । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା । ଚାନ୍ଦବାଲି ବ୍ଲକର ଆରଡି, ନୂଆଗାଁ, ଯଶିପୁର ଗ୍ରାମ ପଞ୍ଚାୟତ ଶତାଧିକ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । 

ଏକର ଏକର ଚାଷ ଜମିରେ ଚିଙ୍ଗୁଡି କରି ପରିବେଶ ନଷ୍ଟ ହେବା ସହ ଚାଷ ଉପଯୋଗୀ ଜମିକୁ ମଧ୍ୟ କ୍ଷତି ପହଞ୍ଚୁଛି । ଯାହାଫଳରେ ଚାଷୀ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । 

ଖବର ଅନୁଯାୟୀ, ଚିଙ୍ଗୁଡ଼ି ଘେରି ପାଇଁ ଚାଷ ଜମି ନଷ୍ଟ ହେଉଥିବାରୁ ଗତ ଫେବୃଆରୀ ୨୮ ତାରିଖରେ ଚାନ୍ଦବାଲିରୁ ଶତାଧିକ ଚାଷୀ ୫୫ କିମି ଚାଲି ଚାଲି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଆରଡ଼ି ପଞ୍ଚାୟତର ମହିଳାମାନେ ଧାରଣା ଦେବା ସହ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ଚିଙ୍ଗୁଡ଼ି ଚାଷ ପାଇଁ କୌଣସି ସରକାରୀ ଅନୁମତି ନଥିବା ବେଳେ ବିତ୍ତଶାଳୀ ଲୋକମାନେ ବେଆଇନ ଭାବେ ଚିଙ୍ଗୁଡ଼ି ଚାଷ କରିଥିବା ଅଭିଯୋଗ ଆଣିଛନ୍ତି ।

ସେହିପରି ଆରଡ଼ି ପଞ୍ଚାୟତର ପହଣା ଅଞ୍ଚଳରେ ଚିଙ୍ଗୁଡ଼ି ଘେରିର ବିଷାକ୍ତ ପାଣି ବାବା ଆଖଣ୍ଡଳମଣିଙ୍କ ଶିବଗଙ୍ଗା ପୋଖରୀକୁ ବିଷାକ୍ତ କରୁଛି । ବହୁ ସ୍ଥାନରେ ଚିଙ୍ଗୁଡ଼ି ଘେରି ଲାଗି ବାଡ଼ ଘେରବନ୍ଦୀ କରି ରଖାଯାଇଥିବାରୁ ଗୃହପାଳିତ ପଶୁମାନେ ଚରାବୁଲା କରିପାରୁନାହାନ୍ତି । ସ୍ଥାନୀୟ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି । ଶେଷରେ ବାଧ୍ୟ ହୋଇ ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଛନ୍ତି ।

Leave A Reply

Your email address will not be published.