Latest Odisha News

BREAKING NEWS

ରାହୁଲଙ୍କ ଜନ୍ମ ଦିନରେ ଆଥିୟାଙ୍କ ରୋମାଂଟିକ ମେସେଜ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି କେଏଲ ରାହୁଲ ଓ ବଲିଉଡର ନାୟିକା ଆଥିୟା ସେଟ୍ଟୀଙ୍କ ରୋମାନ୍ସ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥିନେଇ ପୂର୍ବରୁ ଅବଶ୍ୟ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା । ରାହୁଲଙ୍କ ଜନ୍ମ ଦିନରେ ଆଥିୟାଙ୍କ ମେସେଜ ଏହି ଧାରଣାକୁ ସ୍ପଷ୍ଟ କରୁଛି ।

ଆଥିୟା ଶନିବାର ସୋସିଆଲ ସାଇଟରେ ରାହୁଲ ଅଭିନନ୍ଦନ ଜଣାଇବା ସହ ଲେଖିଥିଲେ “ହ୍ୟାପି ବାର୍ଥ ଡେ, ମାଇ ପର୍ସନ” । ଏହାର ଅର୍ଥ ମୋ ମନପସନ୍ଦର ବ୍ୟକ୍ତିଙ୍କୁ ଜନ୍ମ ଦିନର ଶୁଭେଚ୍ଛା । ସେ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ରାହୁଲ କାନ୍ଧରେ ସେ ରୋମାଂଟିକ ଶୈଳୀରେ ମୁଣ୍ଡ ରଖିବା ସହ ହସୁଛନ୍ତି ।

Leave A Reply

Your email address will not be published.