Latest Odisha News

ଭାରିପଡ଼ିଲା ଲକ୍‌ଡାଉନ୍‌ ନିୟମ ଅବମାନନା: ବନ୍ଦ ହେଲା କାରଖାନା

ପାରାଦୀପ: ଲକ୍ ଡାଉନ ନିୟମ କୁ ପାଳନ ନ କରି ବନ୍ଦ ହେଲା କାରଖାନା। ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁ ଚରଣ ଧୀର୍। ପାରାଦୀପ କାଲସିନର କାର୍ବନ କାରଖାନାକୁ ସିଲ୍ କରିବା ସହିତ ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ଅନ୍ୟ କମ୍ପାନୀ ମାନଙ୍କୁ ମଧ୍ୟ ପରୋକ୍ଷରେ  ସତର୍କ କରିଦିଆଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲା ପ୍ରଶାସନ ଠାରୁ କମ୍ପାନୀକୁ ମାତ୍ର ୩୯  ଜଣ ଶ୍ରମିକଙ୍କୁ ନେଇ କାର୍ଯ୍ୟ କରିବାକୁ ଅନୁମତି ଥିବାବେଳେ କମ୍ପାନୀ ୫୦ ରୁ ଊର୍ଦ୍ଧ୍ବ ଶ୍ରମିକଙ୍କୁ ନେଇ କାର୍ଯ୍ୟ କରୁଥିବା ଅଭିଯୋଗ ଆସିବା ପରେ ତଥା ଗତକାଲି କମ୍ପାନୀ ଭିତରେ କାର୍ଯ୍ୟ କରୁଥିବା ସମୟରେ ଆଜବେଷ୍ଟ ଛାତରୁ ଖସିପଡି ଶ୍ରମିକ ଜଣେ ଗୁରୁତ୍ତର ଆହତ ହେବା ଘଟଣାକୁ ଗୁରୁତ୍ୱ ଦେଇ  ପାରାଦ୍ବୀପ ଉପଜିଲ୍ଲାପାଳ କମ୍ପାନୀ ପରିସରରେ ପହଞ୍ଚି ତଦନ୍ତ କରିବା ପରେ ଏହି କମ୍ପାନୀକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଫଳରେ ପାରାଦୀପ ଅଞ୍ଚଳରେ ଲକ୍ ଡାଉନ କୁ ପାଳନ ନ କରି ପ୍ରଥମ କମ୍ପାନୀ ଭାବେ ପାରାଦୀପ କାଲସିନର କାର୍ବନ କାରଖାନା ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ  ବନ୍ଦ  ହୋଇଯାଇଛି ।

Comments are closed.