Latest Odisha News

ଦେଶରେ କରୋନା ଆରୋଗ୍ୟ ହାର ୨୭.୫୨%କୁ ବୃଦ୍ଧି: ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ଆରୋଗ୍ୟ ହାର । ଗତ ୨୪ ଘଂଟାରେ ଦେଶରେ ୧୦୭୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକି ଗୋଟିଏ ଦିନରେ ସର୍ବାଧିକ । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୧୧,୭୦୬କୁ ବୃଦ୍ଧି ପାଇଛି । ସେହିପରି ଆରୋଗ୍ୟ ହାର ୨୭.୫୨ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ।

ସେ କହିଛନ୍ତି, ଗତ ୨୪ ଘଂଟାରେ ୨୫୫୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨, ୫୩୩ରେ ପହଂଚିଛି । ଏଥି ମଧ୍ୟରୁ ୨୯,୪୫୩ଟି ଆକ୍ଟିଭ କେସ୍ ରହିଛି । ଦେଶର ଦ୍ୱିଗୁଣିତ ହାର ମଧ୍ୟ ୧୨ ଦିନକୁ ବୃଦ୍ଧି ପାଇଛି । ଦେଶରେ କେବଳ ଆରଟି-ପିସିଆର ଟେଷ୍ଟ କରାଯାଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.