Latest Odisha News

BREAKING NEWS

ଲକ୍‌ଡାଉନ : ଖୋର୍ଦ୍ଧା ଜିଲ୍ଲାର ସ୍କୁଲଗୁଡିକରେ ଇ-ଲର୍ଣ୍ଣିଂ ଜରିଆରେ ହେବ ପାଠପଢା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ସ୍କୁଲ କଲେଜ ବନ୍ଦ ରହିଥିବାରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଇ-ଲର୍ଣ୍ଣିଂ ଜରିଆରେ ପାଠପଢା ଆରମ୍ଭ ହେବା ପାଇଁ ଆୟୋଜନ ହୋଇଛି ।

ଶିକ୍ଷା ସଂଯୋଗ ଆପ୍ ଜରିଆରେ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ ହ୍ୱାଟସ୍ ଆପରେ ଆସନ୍ତା ୧୯ରୁ ଜୁନ ୨୦ ଯାଏଁ ପାଠ ପଢା ହେବ । ଏ ନେଇ ପ୍ରଧାନଶିକ୍ଷକ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।

ଖୋର୍ଦ୍ଧା ଜିଲ୍ଲାର ୧୦ଟି ବ୍ଲକରେ ଓ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସମସ୍ତ ସ୍କୁଲରେ ଇ-ଲର୍ଣ୍ଣିଂ ଜରିଆରେ ପାଠପଢା ହେବ । ଏପ୍ରିଲ ୧୯ ତାରିଖ ପୂର୍ବରୁ ପ୍ରତି ଶ୍ରେଣୀ ପାଇଁ ହ୍ୱାଟ୍ ଆପ୍ ଗ୍ରୁପ ତିଆରି କରିବା ପାଇଁ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଗୁଗୁଲ ପ୍ଲେ ଷ୍ଟୋରରୁ ଦୀକ୍ଷା ମୋବାଇଲ ଆପ୍‌, ଉଜ୍ଜ୍ୱଳା, ଉତଥାନ ଓଡିଶା ଆପ୍ ଡାଉନଲୋଡ କରିପାରିବେ ।

Leave A Reply

Your email address will not be published.