Latest Odisha News

ସୋସିଆଲ ମିଡିଆରେ ଏପରି କାହିଁକି କହିଲେ ସୁପରଷ୍ଟାର୍ ସଲମାନ୍ ଖାନ୍ !

ମୁମ୍ବାଇ: ସୋସିଆଲ୍ ମିଡିଆରେ ଆଉ ଏକ ସଚେତନତା ଭିଡିଓ ଶେୟାର କଲେ ବଲିଉଡ ଦବଙ୍ଗ ସଲମାନ୍ ଖାନ୍ । କରୋନାକୁ ହରେଇବା ପାଇଁ ଘରେ ରହିବା ସହ ସରକାରୀ ନିର୍ଦ୍ଦେଶକୁ ମାନିବାକୁ ଲୋକଙ୍କୁ କଲେ ଅନୁରୋଧ ।

 

View this post on Instagram

 

A post shared by Salman Khan (@beingsalmankhan) on

ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଜରିଆରେ ଲୋକଙ୍କୁ ସଙ୍ଗରୋଧ ଅବଲମ୍ବନ କରିବାକୁ ଅନୁରୋଧ କଲେ ସୁପରଷ୍ଟାର ସଲମାନ୍ ଖାନ୍ । କରୋନା ଲକ୍‌-ଡାଉନ୍ ପାଇଁ ସଲମାନ ନିଜ ଫାର୍ମ ହାଉସରେ ଫସିରହିଥିଲାବେଳେ ବିଗବସ୍ ଅନ୍ଦାଜରେ ଲୋକଙ୍କୁ ସଚେତନ କରିଛନ୍ତି ।

ଏହି ଭିଡିଓରେ ବେଶ ନିଆରା ଉଦାହରଣ ଦେଇ ସଲମାନ ଲୋକଙ୍କୁ ବୁଝେଇବାକୁ ଚେଷ୍ଟା କରିଛନ୍ତି । ବିନା କାରଣରେ ଘରୁ ବାହାରି ପରିବାର ଲୋକ ତଥା ଦେଶପାଇଁ ବିପଦ ନ ସାଜିବାକୁ ଅନୁରୋଧ କରିଛନ୍ତି । ତା ଛଡା ଭୋକ ଓପାସରେ ଥାଇ ସୁଦ୍ଧା ଲକ୍‌-ଡାଉନ୍ ନିୟମକୁ ପାଳନ କରୁଥିବା ଲୋକଙ୍କୁ ସେ ପ୍ରଶଂସା କରିବା ସହ ସମବଦେନା ଜଣାଇଛନ୍ତି ।

Leave A Reply

Your email address will not be published.