ବଦୌନ (ୟୁ.ପି): ବଦୌନ ସହରର ଏକ ଭିଡିଓ ଭାଇରାଲ୍ ହେବା ପରେ କ୍ଷମା ମାଗିଛି ୟୁ.ପି ପୋଲିସ । ଭିଡିଓରେ ଲକ୍-ଡାଉନ୍ ସମୟରେ ଜଣେ ପୋଲିସ ପ୍ରବାସୀ ଶ୍ରମିକଙ୍କୁ ଆଣ୍ଠେଇଆଣ୍ଠେଇ ଚାଲିବାକୁ ବାଧ୍ୟ କରିଥିଲେ ।
#WATCH Incident of police brutality in Badaun where policemen make people who were walking towards their native places, crawl wearing their bags, as a punishment for violating lockdown. (25.03.20) pic.twitter.com/1YmvqDgoYS
— ANI UP (@ANINewsUP) March 26, 2020
ସାରା ଭାରତରେ ୨୧ଦିନିଆ ଲକ୍-ଡାଉନ୍ । ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଭଳିକଭଳି ଭାଇରାଲ୍ ଭିଡିଓ ।
ତେବେ ଲକ୍-ଡାଉନ୍ ସମୟର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ବଦୌନ ସହରର ଏସ୍ଏସ୍ପି ଅଶୋକ କୁମାର ତ୍ରିପାଠୀ ସାଧାରଣ ଜନତାଙ୍କ ଆଗରେ କ୍ଷମା ମାଗିଛନ୍ତି । ଏସ୍ଏସ୍ପିଙ୍କ ଅନୁଯାୟୀ ସଂପୃକ୍ତ ପୋଲିସ କର୍ମଚାରୀ ଓ ଘଟଣାକୁ ନେଇ ଇନଭେଷ୍ଟିଗେସନ୍ ଚାଲୁରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଲକ୍-ଡାଉନ୍ ଘୋଷଣା କରିବା ପରଠୁ ସମସ୍ତ ପ୍ରକାର ଯାତ୍ରୀବାହୀ ଯାନ ଚଳାଚଳ ବନ୍ଦ ରହିଛି । ଏପରି ସ୍ଥିତିରେ ଶହଶହ ପ୍ରବାସୀ ଶ୍ରମିକ ଚାଲିଚାଲି ନିଜଘରକୁ ଫେରୁଛନ୍ତି ।
Comments are closed.