ଭୁବନେଶ୍ୱର: ମହାବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଯେକୌଣସି ଦୁର୍ବିପାକ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୁରନ୍ତ ପଦକ୍ଷେପ ଜାତୀୟ ଗଣମାଧ୍ୟମରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ । ଏବେ କରୋନା ମହାମାରୀ ଯୋଗୁଁ ସମଗ୍ର ପୃଥିବୀ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହିଛି । ଭାରତ ସମେତ ଓଡ଼ିଶାରେ ଏହି ମହାମାରୀ ଭୂତାଣୁ ସଂକ୍ରମଣ ରୋକିବା ଲାଗି ସାରା ଦେଶରେ ଲକ୍ଡ଼ାଉନ୍ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଲକ୍ ଘୋଷଣା କରିଥିଲେ ମଧ୍ୟ ଏହାକୁ ବୃଦ୍ଧି କରିବା ନେଇ ବିଭିନ୍ନ ରାଜନୈତିକ ଦଳର ନେତା ତଥା ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ବିଚାର ବିମର୍ଷ ଜାରି ରଖିଛନ୍ତି । ତେବେ ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏହି ଲକ୍ଡାଉନ୍ ଅବଧିକୁ ଓଡ଼ିଶାରେ ନବୀନ ଆସନ୍ତା ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ନବୀନଙ୍କ ଏହି ପଦକ୍ଷେପକୁ ଏକାଧିକ ଜାତୀୟ ଗଣମାଧ୍ୟମ ଉଚ୍ଚ ପ୍ରଶଂସା କରିଛନ୍ତି।
କରୋନା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ଆପଣମାନେ ସମର୍ଥନ ଜଣାଇ ଆସୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ଆପଣମାନଙ୍କ ଶୃଙ୍ଖଳା ଓ ତ୍ୟାଗ ହିଁ ଏହି ସ୍ଥିତିର ମୁକାବିଲା ପାଇଁ ଆମକୁ ଶକ୍ତି ଦେଇଛି। ଏହି କଠିନ ସ୍ଥିତିରେ ମଣିଷ ଜୀବନ ଏବଂ ଅର୍ଥନୀତି ମଧ୍ୟରୁ ଆମେ ମଣିଷ ଜୀବନକୁ ଅଧିକ ଗୁରୁତ୍ୱ ଦେଇଛୁ। #OdishaFightsCorona pic.twitter.com/OfFJoHaRli
— Naveen Patnaik (@Naveen_Odisha) April 9, 2020
ଦେଶର ଅଗ୍ରଣୀ ଗଣମାଧ୍ୟମ ‘ଆଜତକ୍’ ଏହାର ୱେବସାଇଟରେ ଗୁରୁବାର ଦିନ ନବୀନଙ୍କ ଏହି ଲକ୍ଡ଼ାଉନ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଛି । ଏଥିରେ ଉଲ୍ଲେଖ ରହିଛି ଯେ, ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲକ୍ଡ଼ାଉନ୍ ଅବଧିକୁ ବୃଦ୍ଧି କରିଛି । ଖାଲି ସେତିକି ନୁହେଁ ଆଜତକ୍ ଏହାକୁ ତାହାର ମୁଖ୍ୟ ଖବର ରୂପେ ପ୍ରକାଶ କରିବାକୁ ପଛାଇନାହିଁ । ‘କରୋନା ଲାଗି ଓଡ଼ିଶା ବଢାଇଲା ଲକ୍ଡ଼ାଉନ୍ ଅବଧି, ୩୦ ଏପ୍ରିଲ୍ ଯାଏଁ ଏବେ ସବୁ ବନ୍ଦ’ ଏହି ଶୀର୍ଷକରେ ଆଜତକ୍ ମୁଖ୍ୟ ଖବର ପ୍ରକାଶ କରିଛି ।
ସେହପରି ଭାବେ ‘ଦୈନିକ ଭାସ୍କର’ ଖବର କାଗଜ ମଧ୍ୟ ଏହାର ୱେବ୍ ପେଜରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଏହି ଘୋଷଣା ପ୍ରକାଶ କରିଛି ।
ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ପରିଚାଳିତ ‘ରିପବ୍ଲିକ୍’ ହିନ୍ଦୀ ଓ ଇଂରାଜୀ ଚ୍ୟାନେଲରେ ମଧ୍ୟ ନବୀନଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି । ଏହି ଚ୍ୟାନେଲରେ ଓଡ଼ିଶା ସରକାରଙ୍କ ଏହି ଲକ୍ଡାଉନ୍ ଘୋଷଣାକୁ ମୁଖ୍ୟ ଖବର ଭାବେ ପ୍ରସାରିତ କରାଯାଇଥିବା ସୂଚନା ମିଳିଛି ।
MASSIVE: Odisha becomes India’s first state to extend Coronavirus lockdown, till April 30 https://t.co/jhxvV3hxLZ
— Republic (@republic) April 9, 2020
ରିପବ୍ଲିକ୍ ଟିଭିରେ ଉଲ୍ଲେଖ ହୋଇଛି ଯେ, ଲକ୍ଡାଉନ୍ ଅବଧି ଏପ୍ରିଲ୍ ୩୦ ତାରିଖ ସହିତ ବୃଦ୍ଧି ହେବା ସହିତ ଓଡ଼ିଶାରେ ଜୁନ୍ ୧୭ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହାର ରିପୋର୍ଟରେ ଏହା ପ୍ରକାଶିତ ହୋଇଛି ।
ଦେଶର ଅଗ୍ରଣୀ ଗଣମାଧ୍ୟମ ‘ଟାଇମ୍ସ ଅଫ ଇଣ୍ଡିଆ’ରେ ମଧ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏହି ଲକ୍ଡ଼ାଉନକୁ ନେଇ ଖବର ପ୍ରକାଶିତ ହୋଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲକ୍ଡ଼ାଉନ୍ ଅବଧିକୁ ବୃଦ୍ଧି କରିଛି ।
Comments are closed.