Latest Odisha News

BREAKING NEWS

ଜୁନ ୧୭ ଯାଏଁ ବନ୍ଦ ରହିବ ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ ଅବଧିକୁ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ବଢାଯାଇଛି।

ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁନ ୧୭ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ରାଜ୍ୟ କ୍ୟାବିନେଟରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସୂଚନା ଦେଇଛନ୍ତି।

ଆହୁରି ମଧ୍ୟ ଏକ ବିବୃତ୍ତିରେ କୁହାଯାଇଛି ଯେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଜାତୀୟ ଲକଡାଉନ ବୃଦ୍ଧି କରିବାକୁ ଆମେ ଭାରତ ସରକାରଙ୍କୁ ସୁପାରିଶ କରିବୁ। ଏହା ବ୍ୟତୀତ ଆମେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବିମାନ ଏବଂ ରେଳ ଚଳାଚଳ ନକରିବାକୁ ମଧ୍ୟ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କୋଭିଡ-୧୯ ରୋଗୀ ଚିହ୍ନଟ ହେବା ପରେ ଓଡିଶାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିଲା। ଏପରିକି ଦେଶବ୍ୟାପୀ ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଥିଲା।

ଯାହାକୁ ଏବେ ସରକାରଙ୍କ ପକ୍ଷରୁ ଓଡ଼ିଶା ରେ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.