Latest Odisha News

କରୋନା ଆତଙ୍କ: ବସ୍ ଯୋଗେ ସୁରଟରୁ ଯାଜପୁର ଫେରିଲେ ୧୦୫ ପ୍ରବାସୀ ଓଡ଼ିଆ

ଯାଜପୁର: ଆଜି ଯାଜପୁର ଫେରିଲେ ସୁରଟରୁ ପ୍ରବାସୀ ଓଡ଼ିଆ । ଗୁଜରାଟର ସୁରତରୁ ବସରେ ଯାଜପୁର ଜିଲ୍ଲାକୁ ଫେରିଛନ୍ତି ୧୦୫ଜଣ ପ୍ରବାସୀ ଓଡ଼ିଆ ।

ମିଳିଥିବା ସୂଚନାନୁଯାୟୀ,  ଆଜି ସକାଳେ ସେମାନେ ୨ଟି ବସରେ ଜିଲ୍ଲାର ପ୍ରବେଶ ପଥ ଛତିଆରେ ପହଁଚିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସେଠାରେ ଅଟକାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ପରେ ସେମାନଙ୍କୁ ବିଭିନ୍ନ ବ୍ଲକକୁ ପଠାଯାଉଛି।

ଏହି ପ୍ରବାସୀ ଓଡ଼ିଆମାନେ ବିନା ସୂଚନାରେ ପହଞ୍ଚିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏମାନଙ୍କ ମଧ୍ୟରୁ ଯାଜପୁର ବ୍ଲକର ୫୩ଜଣ, ରସୁଲପୁରର ୨୦ଜଣ, ଧର୍ମଶାଳାର ୧୬ଜଣ , ବରୀର ୬ଜଣ, ବଡ଼ଚଣାର ୬ଜଣ,ବିଂଝାରପୁରର ୨ଜଣ, ସୁକିନ୍ଦା ଓ କୋରେଇ ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ ଥିବା ଜଣାପଡିଛି ।

ସମସ୍ତଙ୍କୁ ସେମାନଙ୍କ ପଞ୍ଚାୟତରେ କରାଯାଇଥିବା କ୍ବାରେଣ୍ଟଇନ କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.