Latest Odisha News

BREAKING NEWS

ଲକ୍‌ଡାଉନ ଯୋଗୁ ନବରାତ୍ରୀ ଅବସରରେ ୨୦ କୋଟି ଟଙ୍କାର କ୍ଷତି ସହିବେ ଫୁଲ ବ୍ୟବସାୟୀ

ଭୋପାଳ: କରୋନା ଭାଇରସକୁ ରୋକିବା ପାଇଁ ସରକାରଙ୍କୁ ପକ୍ଷରୁ ସମଗ୍ର ଦେଶକୁ ଲକଡାଉନ କରାଯାଇଛି । ଚଳିତ ସିଜନରେ ନବରାତ୍ରୀ ଏବଂ ଅନ୍ୟ ପାର୍ବଣ ସମାରୋହ ପାଇଁ ଫୁଲର ଚାହିଦା ଅଧିକା ରହିଥାଏ । ଏବେ ସବୁ ବନ୍ଦ ହୋଇଯିବା ଫଳରେ ୯ ରାଜ୍ୟର ଫୁଲ ବ୍ୟବସାୟୀ ମାନେ ୨୦ କୋଟି ଟଙ୍କାର କ୍ଷତି ସହିଛନ୍ତି ।

ମଧ୍ୟପ୍ରଦେଶ, ଉତରପ୍ରଦେଶ, ରାଜସ୍ଥାନ, ବିହାର, ଝାଡଖଣ୍ଡ, ଛତିଶଗଡ, ପଞ୍ଜାବ, ହରିୟାଣା ଓ ମହାରାଷ୍ଟ୍ରର ଚାଷୀମାନେ ବିଶେଷ କ୍ଷତି ସହିଛନ୍ତି । କେତେକ ଚାଷୀ ନିଜ ଫୁଲ ବଗିଚାରେ ଟ୍ରାକ୍ଟର ଚଲେଇ ନଷ୍ଟ କରି ଦେଇଛନ୍ତି । ଆଉ କେତେକ ବ୍ୟବସାୟୀ ଶସ୍ତା ଦରରେ ସେଂଟ ବ୍ୟବସାୟୀଙ୍କୁ ଫୁଲ ବିକ୍ରି କରିଛନ୍ତି ।

Leave A Reply

Your email address will not be published.