Latest Odisha News

BREAKING NEWS

ଓଡ଼ିଶାରେ ନିଜ ନାଁରେ ଫେକ୍ ଆକାଉଣ୍ଟ: ଟ୍ୱିଟ୍ କରି ସତର୍କ କରାଇଲେ ବାଚସ୍ପତି ଓମ୍ ବିର୍ଲା

ନୂଆଦିଲ୍ଲୀ: ନିକଟରେ ଓଡ଼ିଶାରୁ ଗିରଫ ହୋଇଛନ୍ତି ବେଆଇନ୍ ସିମ୍ ଆକ୍ଟିଭ କରି ବିକ୍ରି କରୁଥିବା ରାକେଟ । ଯେଉଁଥିରେ ଗୋଟିଏ ନମ୍ବରର ହ୍ୱାଟସଆପ ଆକାଉଣ୍ଟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ ରହିଥିଲା। ଏହି ଆକାଉଣ୍ଟ ଜରିଆରେ ବିଭିନ୍ନ ଲୋକଙ୍କୁ ଠକିବାକୁ ଉଦ୍ୟମ ହେଉଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି।

ଅନ୍ୟପଟେ ଲୋକସଭା ବାଚସ୍ପତି ଓମ ବିର୍ଲା ଏ ବାବଦରେ ଅବଗତ ହେବା ପରେ ଟୁଇଟ କରି କହିଛନ୍ତି , କିଛି ବ୍ୟକ୍ତି ତାଙ୍କ ନାମରେ ନକଲି ଆକାଉଣ୍ଟ ତିଆରି କରିଛନ୍ତି । ଏବଂ ସେମାନେ ସାଂସଦ ତଥା ଅନ୍ୟ ଅଧିକାରୀଙ୍କ ନିକଟକୁ 2-3 ନମ୍ବରରୁ ମେସେଜ ପଠାଉଛନ୍ତି। ଲୋକସଭା ବାଚସ୍ପତି ଏହି ଟୁଇଟ୍ କରିବା ବେଳେ ଏହି ସବୁ ନମ୍ବରକୁ ପୋଷ୍ଟ କରିଛନ୍ତି । 7862092008, 9480918183 ଏବଂ 9439073870 (ଓଡ଼ିଶାରେ ଆକ୍ଟିଭ୍ ହୋଇଥିବା ସିମ୍) ।

ଓମ୍ ବିର୍ଲା କହିଛନ୍ତି ଯେ ଯେଉଁମାନେ ନକଲି ଆକାଉଣ୍ଟ୍ ତିଆରି କରି ତାଙ୍କ ଫଟୋକୁ ପ୍ରୋଫାଇଲ୍ ଫଟୋ ରଖିଛନ୍ତି ଏବଂ ଅନେକ ସାଂସଦଙ୍କ ନିକଟକୁ ବିଭିନ୍ନ ମେସେଜ ପଠାଇଛନ୍ତି।

ସୂଚନାନୁସାରେ, ଓଡ଼ିଶା କ୍ରାଇମବ୍ରାଞ୍ଚ ନକଲି ଆକାଉଣ୍ଟ ତିଆରି କରିଥିବା ତିନି ଅଭିଯୁକ୍ତଙ୍କୁ ଢେଙ୍କାନାଳରୁ ଗିରଫ କରିଛି। ଏହି ତିନିଜଣଙ୍କୁ ପାଞ୍ଚ ଦିନିଆ ପୋଲିସ ହେପାଜତରେ ରହିଛନ୍ତି।

Leave A Reply

Your email address will not be published.