Latest Odisha News

BREAKING NEWS

୩୪ ବର୍ଷ ପରେ ଧରା ପଡିଲା ବିମାନ ବିସ୍ଫୋରଣକାରୀ ଆତଙ୍କବାଦୀ

ଲଣ୍ଡନ: ୩୪ ବର୍ଷ ପରେ ଧରାପଡିଲା ଲଣ୍ଡନ-ନ୍ୟୁୟର୍କ ପ୍ୟାନ ଏମ-୧୦୩ ବିମାନରେ ବିସ୍ଫୋରଣ କରାଇଥିବା କୁଖ୍ୟାତ ଆତଙ୍କବାଦୀ ଅବୁ ଅଗଲୋ ମସୁଦ ଖୈର ଅଲ ମରିମୀ । ଲିବ୍ୟାର ଏହି ଆତଙ୍କବାଦୀ ଲକରବୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୂଖ୍ୟ ଅଭିଯୁକ୍ତ ଥିଲା । ଦୀର୍ଘ ଦିନ ଖୋଜିବା ସତ୍ୱେ ପୋଲିସ ତାଙ୍କୁ ଗିରଫ କରିପାରି ନ ଥିଲା । ଏହି ଆତଙ୍କବାଦୀ ଘଟଣାରେ ୨୭୦ ଲୋକଙ୍କ ମୃତ୍ୟୁ ଘଟିଥିଲା । ଇଂଲଣ୍ଡ ମାଟିରେ ଏବେ ବି ଏହାକୁ ସବୁଠାରୁ ବଡ ଆତଙ୍କବାଦୀ ଘଟଣା ଭାବେ ବିବେଚନା କରାଯାଏ । ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମୃତ୍ୟୁବରଣ କରିଥିବା ପରିବାରବର୍ଗଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି । ୱାଶିଂଟନ ଡିସି କୋର୍ଟରେ ଅଭିଯୁକ୍ତକୁ ହାଜର କରାଯିବ ।

BjdElectrycity

୨୦୧୨ରେ ଲିବ୍ୟାରେ ଗଦ୍ଦାଫି ସରକାରର ପତନ ପରେ ଏହି ଆତଙ୍କବାଦୀ ଗୋଇନ୍ଦା ବିଭାଗକୁ ଦେଇଥିବା ଏକ ସାକ୍ଷାତକାରରେ ଏ ସମ୍ପର୍କରେ ସୂଚନା ଦେଇଥିଲା । ଏହି ତଥ୍ୟ ଇଂଲଣ୍ଡ ଗୋଇନ୍ଦା ବିଭାଗ ହାତରେ ଲାଗିବା ପରେ ଅଭିଯୁକ୍ତର ନାମ ପୋଲିସ ଜାଣିପାରିଥିଲା । ଏପରିକି ସେ ବିସ୍ଫୋରଣ ପାଇଁ ଆଉ କେତେଜଣ ସାଥୀଙ୍କ ସହ ନିଜେ ବୋମା ତିଆରି କରିଥିଲା ।

Leave A Reply

Your email address will not be published.