Latest Odisha News

BREAKING NEWS

ମୋ ବସ୍ ଭିତରୁ ୪୨ ହଜାର ଟଙ୍କା ଚୋରି; ଥାନାରେ ଏତଲା

ଭୁବନେଶ୍ୱର : ଚୋରଙ୍କ ଟାର୍ଗେଟରେ ମୋ ବସ୍ ଯାତ୍ରୀ । ରାଜଧାନୀରେ ପୁଣି ମୋ ବସ୍ ରୁ ଚୋରି। ଲୁଟ୍ ର ଶିକାର ହୋଇଛନ୍ତି ଏକ ଦମ୍ପତ୍ତି । ବିରଞ୍ଚି ସେଠୀ ତାଙ୍କ ପତ୍ନୀଙ୍କ ସହିତ ମୋ ବସ୍ ରେ ଯାଉଥିବା ବେଳେ ଚୋର କୌଶଳକ୍ରମେ ପର୍ସ ନେଇଯାଇଛି । ପର୍ସରେ ୪୨ ହଜାର ଟଙ୍କା ଥିବା କଥା ବିରଞ୍ଚି କହିଛନ୍ତି ।

ସେମାନଙ୍କ ଘର ନୟାଗଡରେ, ହେଲେ ସେ ଭୁବନେଶ୍ୱର ଭିଏସଏସ୍ ନଗରରେ ରହୁଛନ୍ତି । ପେସାରେ ସେ ଜଣେ ଡ୍ରାଇଭର । ବାଣୀବିହାରରୁ ଖଣ୍ଡଗିରି ଯିବା ବାଟରେ ନୟାପଲ୍ଲୀ ଠାରେ ସେମାନଙ୍କଠାରୁ ଲୁଟ୍ ହୋଇଛି । ବନ୍ଧକ ସୁନା ମୁକୁଳେଇବା ପାଇଁ  ସେମାନେ ଟଙ୍କା ନେଇ ଯାଉଥିଲେ । ବସ୍ କୁ ଟଙ୍କା ଦେବା ସମୟରେ ଜାଣିବାକୁ ପାଇଥିଲେଯେ, ତାଙ୍କ ଟଙ୍କା ଚୋରି ହୋଇଯାଇଛି । ଜୟଦେବ ବିହାର ଛକରେ ସେ ଜଣକୁ ସନ୍ଦେହରେ ପଚରା ଉଚୁରା କରୁଥିଲେ । ସେ ବସ୍ ଡ୍ରାଇଭରକୁ ଗାଡି ଅଟକାଇବାକୁ କହିଥିଲେ । ହେଲେ ବସ୍ ନଅଟକି ପଳାଇଥିଲା । ଚୋରି ସମ୍ପର୍କରେ ବିରଞ୍ଚି ନୟାପଲି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.