Latest Odisha News

BREAKING NEWS

ବୁଲେଟ୍ ଚଢି ବିବାହ ମଣ୍ଡପକୁ ଏଣ୍ଟ୍ରି ମାରିଲେ ନବବଧୂ, ଲୋକେ କହିଲେ…

କୋଟା: ବଦଳୁଛି ସମୟ । ବଦଳୁଛି ମାନସିକତା । ଝିଅମାନେ ଆଉ କୌଣସି କ୍ଷେତ୍ରରେ ପୁଅଙ୍କଠାରୁ ପଛରେ ପଡ଼ି ନାହାନ୍ତି । ପରିବର୍ତ୍ତିତ ସମୟାନୁସାରେ ମାନସିକତାରେ ବି ପରିବର୍ତ୍ତନ ଆସିଛି । ସାଂସ୍କୃ୍ତିକ ଏବଂ ସାମାଜିକ ପରମ୍ପରାରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଘରେ ବାହାବ୍ରତ ହେଲେ ପରିବାର, ସାଙ୍ଗସାଥୀ, ବନ୍ଧୁବାନ୍ଧବ ବେଶ ଉପଭୋଗ କରନ୍ତି । ହେଲେ ଆଜିକାଲି ବାହାଘର ପରି ସାମାଜିକ ପରମ୍ପରାକୁ କେବଳ ପ୍ରଥା ଭିତରେ ସୀମିତ ନ ରଖି ଏହାକୁ ବରକନ୍ୟା ବି  ଉପେଭାଗ କରିବାର ମାନସିକତା ଦେଖା ଦେଲାଣି । ଆମେ ଏମିତି ଏକ ବାହାଘର ବିଷୟରେ ଆପଣଙ୍କୁ କହିବୁ  । ଏଠି ନିଜେ କନ୍ୟା ବାହାଘରକୁ ସ୍ମରଣୀୟ କରିବା ପାଇଁ କେମିତି ନିଆାରା ଷ୍ଟାଇଲରେ ଆସୁଛି  । କୋଟାର ବାରାଂ ଜିଲ୍ଲାରେ ହୋଇଥିଲା ଏମିତି ଏକ ବାହାଘର  । ଯେଉଁଠି କନ୍ୟା ନିଜେ ବାହାହେବା ପାଇଁ ବାଇକ ଚଢି ମଣ୍ଡପକୁ ଆସୁଛି ।

BjdElectrycity

ଖବର ଅନୁଯାୟୀ, ଦୁଇ ଦିନ ତଳେ ଏହି ବାହାଘର ହେଉଛି । ଏହି ବାହାଘରର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଛବଡାର ଚନ୍ଦ୍ରଶେଖର କଲୋନୀ  ନିବାସୀ  କାମେକ୍ଷା ଜାଙ୍ଗିଡ ଘୋଡାରେ ନିଜ ପତିଙ୍କ ସହ ବିବାହ ମଣ୍ଡପକୁ ଆସି ଚର୍ଚ୍ଚିତ ହୋଇଥିଲେ । ଏହାର ପରଦିନ ଏଠାରେ ଦେଖିବାକୁ ମିଳିଛି, କନ୍ୟ ନିଜେ ମୋଟର ସାଇକେଲ ଚଢି ବାହା ହେବା ପାଇ ମଣ୍ଡପକୁ ଆସୁଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି, କନ୍ୟା ବୋହୂ ବେଶରେ ସଜ୍ଜିତ ହୋଇଛନ୍ତି । ଆଖିରେ କଳା ଚଷମା ପିନ୍ଧିଛନ୍ତି ।

ବିବାହ ମଣ୍ଡପରେ ନବବଧୂର ଏମିତି ଧମାକାଦାର ଏଣ୍ଟ୍ରିକୁ  ଦେଖି ଉପସ୍ଥିତି ଲୋକେ ତ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ । ପରେ ଏହି ଦୃଶ୍ୟର ଫଟୋ ଓ ଭିଡିଓ କରି ବେଶ ମଜା ଉଠାଇଥିଲେ ।  ତେବେ ଏମିତି ଭାବେ କାହିଁକି ଏଇ ନବବଧୂ ବିବାହ ମଣ୍ଡପକୁ ଆସିଥିଲେ ? ପ୍ରକୃତ କଥା ଥିଲା ଏମିତି ।

ନବବଧୂ ଜଣକ ପେଶାରେ ଜଣେ ଶିକ୍ଷକ  । ତାଙ୍କର କେହି ଭାଇ ନାହାନ୍ତି । ବାପା ଗୋବିନ୍ଦ ଜାଙ୍ଗିଡଙ୍କର ୪ ଝିଅ । ତେବେ ବାପା ଏହି ଝିଅମାନଙ୍କୁ ତାଙ୍କର ପୁଅ ପରି ଦେଖନ୍ତି । ପୁଅ ପରି ଝିଅମାନଙ୍କୁ ସେ ଲାଳନପାଳନ କରିଛନ୍ତି  ଏବଂ ପୁଅର ମାନ୍ୟତା ବି ଦେଇଛନ୍ତି । ସରକାରଙ୍କର ବେଟି ପଢାଓ, ବେଟି ବଚାଓ ନାରାକୁ ସେ ପାଳନ କରିଛନ୍ତି । ପୁଅ ଓ ଝିଅ ମଧ୍ୟରେ ସେ କୌଣସି ପାର୍ଥକ୍ୟ ଦେଖନ୍ତି ନାହିଁ ବୋଲି ବର ସହ କନ୍ୟାକୁ ଏକାଠି ବିବାହ ମଣ୍ଡପକୁ ଆଣିଥିଲେ । ସେ ଚାହାଁନ୍ତି, ପୁଅ ପରି ଝିଅ ବି ତାଙ୍କର ସବୁ ସ୍ୱପ୍ନ ପୂରଣ କରୁ ।

Leave A Reply

Your email address will not be published.