Latest Odisha News

BREAKING NEWS

ନୂଆପଡ଼ାରେ ଠକେଇର ନୂଆ ତରିକା, ମୋବାଇଲ ସିମ୍ ନେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ

ନୂଆପଡ଼ା : ନୂଆପଡ଼ାରେ ଠକେଇର ନୂଆ ତରିକା । ମିଠା କଥା କହି ମୋବାଇଲରୁ ସିମ୍ ନେଇ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଛି । ଏପରି ଏକ ଅଭିଯୋଗ ପରେ ଠକକୁ ଗିରଫ କରିଛି ଖଡ଼ିଆଳ ପୋଲିସ । ଖଡ଼ିଆଳ ଥାନା ଗୋଇମୁଣ୍ଡି ଗାଁର ଭିନ୍ନକ୍ଷମ ଶିକ୍ଷକ ମକରଧ୍ବଜ କାଣ୍ଡ ଓ ଖଡ଼ିଆଳ ସହରର କ୍ଷୀର ନାୟକଙ୍କ ସହ ଖଇରଭାଡ଼ି ଗାଁର ବେଦପତି ଠେଲା ସଂପର୍କ ଯୋଡିଥିଲେ । ପରେ ମକରଧ୍ବଜ ଓ କ୍ଷୀରଙ୍କ ମୋବାଇଲରୁ ସିମ୍ ନେଇ ୧୫ ଲକ୍ଷ ଟଙ୍କା ହଡ଼ପ କରି ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା ।

ମକରଧ୍ବଜଙ୍କ ଆକାଉଣ୍ଟରୁ ୬ ଲକ୍ଷ ୧୦ ହଜାର ଟଙ୍କା ଓ କ୍ଷୀରଙ୍କ ଆକାଉଣ୍ଟରୁ ୯ ଲକ୍ଷ ଟଙ୍କା ବେଦପତି ନେଇଯାଇଥିବା ଅଭିଯୋଗ ହୋଇଛି । ଟଙ୍କା ନେଇଯିବା ପରେ ସିମକୁ ଫେରାଇ ଦେଇଥିଲେ । ଏନେଇ ଖଡ଼ିଆଳ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ବେଦପତିଙ୍କୁ ଗିରଫ କରିଛି । ଏହାସହ ବେଦପତି ଠାରୁ ବିଭିନ୍ନ ସାମଗ୍ରୀ ଜବତ କରି କୋର୍ଟ ଚାଲାଣ କରିଛି । ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.