Latest Odisha News

BREAKING NEWS

ଅନୁଗୁଳ ନିଶା ଶିଳ୍ପାଞ୍ଚଳରେ ଚଢ଼ାଉ, ଡକାୟତ ଗ୍ୟାଙ୍ଗ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରେ ପୋଲିସ ଚଢ଼ାଉ । ଏକ ବଡ ଧରଣର ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଡକାୟତି ଯୋଜନା କରୁଥିବା ବେଳେ ଖବର ପାଇ ପୋଲିସ ୭ ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି । ଏଥିସହ ଡକାୟତ ଗ୍ୟାଙ୍ଗଙ୍କ ଠାରୁ ଗୋଟିଏ ଦେଶୀ ପିସ୍ତଲ, ୩ଟି ଜୀବନ୍ତ ଗୁଳି, ଗୋଟିଏ ସ୍କର୍ପିଓ ଗାଡି, ଗୋଟିଏ କାର, ୮ଟି ମୋବାଇଲ ସମେତ ୩୧ ହଜାର ୯୫୦ ଟଙ୍କା ଜବତ ହୋଇଛି ।

ସୂଚନା ଅନୁସାରେ, ନିଶା ଶିଳ୍ପାଞ୍ଚଳ ଥାନା ବଡମହିତଳା ନିକଟରେ ଏକ ଡକାୟତ ଗ୍ୟାଙ୍ଗ ୨ଟି ଗାଡି ରଖି ଡକାୟତି ଯୋଜନା କରୁଥିବା ପୋଲିସ ଖବର ପାଇଥିଲା । ସଙ୍ଗେ ସଙ୍ଗେ ଅନୁଗୁଳ ସ୍ପେଶାଲ ସ୍କ୍ବାଡ ଏବଂ ପୋଲିସ ମିଳିତ ଭାବେ ଚଢ଼ାଉ କରି ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଥିଲେ । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଆଠଗଡ ଲକ୍ଷ୍ମୀନାରାୟଣପୁର ଗାଁର ସୁବାଶିଷ ସାହାଣି, ଆଠଗଡ ଉପରସାହିର ଜିତୁ ରଞ୍ଜନ ବେହେରା, ଲକ୍ଷ୍ମଣପୁର ଗାଁର ଉମେଶ ସାମଲ, ରାସୋଳ ଥାନା ବ୍ରହ୍ମପୁର ଅଞ୍ଚଳର ରାଜେଶ ପ୍ରଧାନ, ଢେଙ୍କାନାଳ ସିଆରିଆ ଗାଁର ସୁନୀଲ କୁମାର ରାଉତ, ଜରପଡା ଥାନା ଜେରେଙ୍ଗର ସୁଶାନ୍ତ ସାହୁ, ମଞ୍ଚେଶ୍ବର ଥାନା ରୁକୁଟା ଅଞ୍ଚଳର ଦେବାଶିଷ ରାଉତ । ଏହି ଡକାୟତ ଗ୍ୟାଙ୍ଗ ପୂର୍ବରୁ ଆଠଗଡ, ବଡମ୍ବା, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଅନେକ ଡକାୟତି କରିବା ସହ, ଗତ ୭ ତାରିଖରେ ବଇଣ୍ଡା ୟୁନାଇଟେଡ ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ଡକାୟତିରେ ମଧ୍ୟ ସମ୍ପୃକ୍ତ ଥିବା ସୂଚନା ଦେଇଛି ପୋଲିସ ।

Leave A Reply

Your email address will not be published.