Latest Odisha News

BREAKING NEWS

ଧରାପଡିଲେ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗ : ସୁନା, ରୁପା ଅଳଙ୍କାର ଜବତ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ସଫଳତା । ଆନ୍ତଃ ଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ଏମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା, ରୁପା ଜବତ ହୋଇଛି । ଘଟଣାରେ ୫ ଜଣ ସିନ୍ଧି ଚୋରଙ୍କ ସହ ୪ ଜଣ ରିସିଭର ଗିରଫ ହୋଇଛନ୍ତି । ଲୁଟେରାଙ୍କ ନିକଟରୁ ୩୧୨ ଗ୍ରାମ ସୁନା, ୪ କେଜି ରୁପା ସହ ଲୁଟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି ।

ପୋଲିସର ସୂଚନା ଅନୁସାରେ, ଗତ ଜୁଲାଇ ୨୨ ତାରିଖରେ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦେଉଳପାଳ ଗ୍ରାମରେ ଜଣଙ୍କ ଘରୁ ଚୋରି ହୋଇଥିଲା । ଏହି ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗକୁ ଆଧାର କରି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଏହି ଲୁଟେରା ମାନଙ୍କୁ ଧରିବା ପାଇଁ ଏକ ଟିମ୍ ଗଠନ କରିଥିଲା । ଏହି ଚୋରମାନେ ବିଭିନ୍ନ ଅଳଙ୍କାର ଦୋକାନରେ ଚୋରି ସାମଗ୍ରୀ ବିକ୍ରି କରୁଥିଲେ । ପରେ ଏହି ସିନ୍ଧି ଚୋର ଗ୍ୟାଙ୍ଗକୁ ଠାବ କରି ୫ ଜଣ ସିନ୍ଧି ଚୋର ଓ ୪ ଜଣ ରିସିଭରଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।

ଏହି ଲୁଟେରା ଗ୍ୟାଙ୍ଗ ଭଦ୍ରକ, ଯାଜପୁର, ଢେଙ୍କାନାଳ, ଭୁବନେଶ୍ବର, ବାଲେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ଲୋକଙ୍କ ଘରେ ପଶି କଳା କନା ବୁଲାଉଥିଲେ । ଲୋକଙ୍କ ଘରୁ ବିଭିନ୍ନ ଅଳଙ୍କାର ସାମଗ୍ରୀ ଚୋରି କରି ଦୋକାନରେ ବିକ୍ରି କରୁଥିଲେ । ଏହି ଗ୍ୟାଙ୍ଗ ଠାରୁ ବାଇକ, ମୋବାଇଲ, ଖେଳନା ବନ୍ଧୁକ, ଚୋରିରେ ବ୍ୟବହୃତ ସାମଗ୍ରୀକୁ ଜବତ କରିବା ସହ ୯ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

Leave A Reply

Your email address will not be published.