Latest Odisha News

BREAKING NEWS

ଖୋଲିଲା ଶ୍ରୀମନ୍ଦିର ,ଆଜି ମହାପ୍ରଭୁଙ୍କ ବଳିବାମନ ବେଶ

ପୁରୀ : ଶନିବାର ଖୋଲିଲା ଶ୍ରୀମନ୍ଦିର । ଶୁକ୍ରବାର ଶ୍ରୀମନ୍ଦିର  ବାମନ ଜନ୍ମ ନୀତି ଓ ବିଶ୍ୱକର୍ମାପୂଜା ପାଇଁ ସାଧାରଣ ଦର୍ଶନ ବନ୍ଦ ଥିଲା । ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ ସ୍ୱଭାବିକ ହୋଇଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଦର୍ଶନ ଦେବେ । ଶ୍ରୀ ବଳଭଦ୍ର ରାଜ ବେଶ ଧାରଣ କରିବେ ଓ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ ।

ଆଜି ଦ୍ୱିପ୍ରହର ଧୂପ ସରିବା ପରେ ମହାପ୍ରଭୁ ବାମନ ବେଶରେ ସଜ୍ଜିତ ହେବେ। ବଡ ସିଂହାର ପୂଜା ହେବା ପର୍ଯ୍ୟନ୍ତ ଏହି ବେଶ ରହିବ । ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ସ୍ୱର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ। ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳିମହାରାଜାଙ୍କୁ ପାତାଳରେ ଚାପିଥିଲୋ ଏହି ଅନୁସାରେ ମହାପ୍ରଭୁଙ୍କ ବଳିବାମନ ବେଶ କରାଯାଏ ।  କାହିଁ କେଉଁ କାଳରୁ ପରମ୍ପରା ଅନୁସାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହୋଇଆସୁଛି।

Leave A Reply

Your email address will not be published.