Latest Odisha News

BREAKING NEWS

ରାଜସ୍ଥାନ ଯୋଧପୁରରେ ମାସେ ଯାଏ ଲାଗିଲା କର୍ଫ୍ୟୁ

ରାଜସ୍ଥାନ : ଦେଶରେ ପୁଣି ବୃଦ୍ଧି ପାଉଛି ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ । ମହାରାଷ୍ଟ୍ର, କେରଳ ଭଳି ବିଭିନ୍ନ ରାଜ୍ୟରେ ଏବେ କରୋନା ପୁଣି ନିଜର କାୟା ବିସ୍ତାର କରିବାରେ ଲାଗଛି । ଯାହାକୁ ନେଇ ଦେଶର ଅନ୍ୟ ରାଜ୍ୟରେ ଦେଖାଦେଲାଣି ଭୟ । ରାଜସ୍ଥାନ ଯୋଧପୁରରେ ସଂକ୍ରମଣ ବ୍ୟାପୁଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କର୍ଫ୍ୟୁ ଘୋଷଣା କରଛନ୍ତି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ମାର୍ଚ୍ଚ ଯାଏ ଯୋପୁରରେ ୧୪୪ ଲାଗୁ କରାଯାଇଛି ।

ଏଭଳି କଟକଣା ସମୟରେ ବିବାହ ଏବଂ ସାର୍ବଜନୀନ କାର୍ଯ୍ୟ ପାଇଁ ୧୦୦ ଲୋକଙ୍କୁ ଅନୁମତି ମିଳିବ । କେବଳ ଅତ୍ୟାବଶ୍ୟକ ସେବା, ଦୋକାନ, ସ୍କୁଲ ଏବଂ କଲେଜ ଖୋଲା ରହିବ। ଯୋଧପୁର ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିଛି । ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Leave A Reply

Your email address will not be published.