Latest Odisha News

BREAKING NEWS

ଭାରତ ନେଇଛି ସଠିକ କୋଭିଡ ଟୀକା, ଏବେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଆଦର ପୁନାୱାଲା

ସେରମ ଇନଷ୍ଟିଚ୍ୟୁଟ୍ ସିଇଓ ବୁଷ୍ଟର ଡୋଜ୍ ନେବାକୁ ଆହ୍ୱାନ କରିଛନ୍ତି । ଅନ୍ୟ ଦେଶମାନେ ନେଉଛନ୍ତି, ଆମେ ବି ନେବା ଉଚିତ୍ ବୋଲି କହିଛନ୍ତି ଆଦର ପୁନାୱାଲା ।

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଆଉ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ଢ଼େର କମ୍ । ଭଲ ଟୀକା ନେଇଛି ବୋଲି ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା କଥା କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା ।

ନିଜ ସଂସ୍ଥାର ବୁଷ୍ଟର ଡୋଜ ବିକିବା ପାଇଁ ସୋମବାର ଆଦର ପୁନାୱାଲା କହିଛନ୍ତି, ଟୀକା ସମସ୍ତ ପ୍ରକାର କୋଭିଡ ଭୂତାଣୁ ସହ କାମ କରିବ । କେବଳ ବୁଷ୍ଟର ଡୋଜଟି ନେବାକୁ ହେବ । ଭାରତ ଠିକ ସମୟରେ ଠିକ୍ ନିଷ୍ପତ୍ତି ନେଇଥିବାରୁ ଏବେ କରୋନା ସ୍ଥିତି ବହୁତ ଭଲ ଅଛି । ବୁଷ୍ଟର ଡୋଜ ନେଇଗଲେ ଏହା ରକ୍ଷା କବଚ ଭଳି କାମ କରିବ ବୋଲି ଆଦର କହିଛନ୍ତି ।

ଆମେରିକା, ୟୁରୋପ ଆଦି ଦେଶ ଗୁଡ଼ିକରେ ଏବେ ବି କରୋନା ମାତ୍ରା ବଢ଼ି ଚାଲିଛି । ସେହି ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ । ପ୍ରତିଟି ଉକ୍ତିରେ ଆଦର ନିଜ ଟୀକାର ପ୍ରଚାର କରି କହିଛନ୍ତି, ଆମେ ଠିକ୍ ଟୀକା ବାଛିଛନ୍ତି ବୋଲି, ଭଲରେ ଅଛେ ।

ଆଦର କହିଛନ୍ତି, ସେରମ ଇନଷ୍ଟିଚ୍ୟୁଟ ଏବେ ବୁଷ୍ଟର ଡୋଜ ପାଇଁ ଭାରତ ସରକାରଙ୍କ ସହ ଆଲୋଚନା କରିଛି । ସରକାର ଏନେଇ ବିଭିନ୍ନ ମହଲରୁ ଆଲୋଚନା କରିବା ପରେ ଟୀକାକରଣ ଯୋଜନା ବିଷୟରେ ଘୋଷଣା କରିବେ ।

ଅନ୍ୟ ଦେଶ ଗୁଡ଼ିକ ବୁଷ୍ଟରକୁ ପ୍ରାଧାନ୍ୟ ଦେଉଛନ୍ତି । ବିଦେଶ ଯାତ୍ରା କଲେ ବୁଷ୍ଟର ଡୋଜ ନେବା ଜରୁରୀ । ଭାରତ ମଧ୍ୟ ନାଗରିକମାନଙ୍କ ବୁଷ୍ଟର ଡୋଜ ଦେବା ଉଚିତ୍ ।

Leave A Reply

Your email address will not be published.