ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ଏବଂ ପ୍ରଣାଳୀର କେନ୍ଦ୍ର ଦେଇ ଏକ ମୌସୁମୀ ଟ୍ରଫ୍ ପ୍ରବାହିତ ହେବା ଯୋଗୁଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଯାହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।
ଏହି ପ୍ରଣାଳୀର ପ୍ରଭାବରେ ଆଜି ସକାଳେ ରାଜ୍ୟ ସାରା ଯଥେଷ୍ଟ ବର୍ଷା ରେକର୍ଡ କରାଯାଇଛି, ରାଜଘାଟ (ବାଲେଶ୍ୱର ଜିଲ୍ଲା) ରେ ୧୬ସେମି, କୁସୁମି (ମୟୂରଭଞ୍ଜ) ରେ ୧୩ ସେମି ଏବଂ ଲାଠିକଟା (ସୁନ୍ଦରଗଡ଼)ରେ ୧୧ ସେମି ବର୍ଷା ରେକର୍ଡ କରାଯାଇଛି। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ସତର୍କତା ଜାରି କରାଯାଇଛି।
ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜର ବିଚ୍ଛିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଛି। ସେହିପରି ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ ଏବଂ ଢେଙ୍କାନାଳରେ ପ୍ରବଳରୁ ପ୍ରବଳ ବର୍ଷା ନେଇ କମଳା ସତର୍କତା ଜାରି କରାଯାଇଛି। ବରଗଡା, ସୋନପୁର, ବୌଦ୍ଧ, ନୁଆପଡା, ବାଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ, କୋରାପୁଟ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ରେ ବର୍ଷା ନେଇ ହଳଦିଆ ସତର୍କତା ଜାରି କରାଯାଇଛି।
ଅଗଷ୍ଟ ୩୧
ଅରେଞ୍ଜ ଆଲର୍ଟ: ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ସୋନପୁର, ନୁଆପଡା, ବଲାଙ୍ଗୀର ଏବଂ କଳାହାଣ୍ଡି।
ହଳଦିଆ ଆଲର୍ଟ: ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର ଏବଂ ରାୟଗଡ।
ସେପ୍ଟେମ୍ବର ୧
ଅରେଞ୍ଜ ଆଲର୍ଟ: ସୁନ୍ଦରଗଡ, ଝାରସୁଗୁଡା ଏବଂ ବରଗଡର କିଛି କିଛି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ।
ହଳଦିଆ ଆଲର୍ଟ: ବାଲେଶ୍ୱର, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ନୁଆପଡା ଏବଂ ବଲାଙ୍ଗୀର।

