Latest Odisha News

BREAKING NEWS

ଶ୍ରୀଲଙ୍କା ହାତରୁ ଗଲା ମହିଳା ଚାମ୍ପିୟନ୍ସ ଟ୍ରଫି ଆୟୋଜନ ଅଧିକାର 

ନୂଆଦିଲ୍ଲୀ:୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଐତିହାସିକ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଅଧିକାର ଶ୍ରୀଲଙ୍କା ହାତରୁ ଚାଲିଯାଇଛି । ଶ୍ରୀଲଙ୍କା କ୍ରିକେଟ ବୋର୍ଡ  ଏବଂ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ମଧ୍ୟରେ ଚାଲିଥିବା ପ୍ରଶାସନିକ ବିବାଦ ଯୋଗୁଁ ଆଇସିସି ଏହି ବଡ଼ ନିଷ୍ପତ୍ତି ନେଇଛି ।  ଆଇସିସିର ନିୟମାନୁସାରେ କ୍ରିକେଟ ବୋର୍ଡଗୁଡ଼ିକରେ ସରକାରୀ ହସ୍ତକ୍ଷେପ ସମ୍ପୂର୍ଣ୍ଣ ନିଷେଧ । ବର୍ତ୍ତମାନ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ସରକାରଙ୍କ ଦ୍ୱାରା ନିଯୁକ୍ତ ଟ୍ରାନ୍ସଫରମେସନ କମିଟି ପରିଚାଳନା କରୁଥିବାରୁ ଆଇସିସି ସେଠାରେ ତୁରନ୍ତ ନିର୍ବାଚନ କରି ଏକ ସ୍ୱାଧୀନ ବୋର୍ଡ ଗଠନ କରିବାକୁ ଦାବି କରିଛି । ଟ୍ରାନ୍ସଫରମେସନ କମିଟିର ସମ୍ପାଦକ ପ୍ରକାଶ ଶାଫ୍ଟର  ନିଶ୍ଚିତ କରିଛନ୍ତି ଯେ ଏହି ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ଏପର‌୍ୟ୍ୟନ୍ତ ନୂଆ ଆୟୋଜକ ଦେଶର ନାମ ଘୋଷଣା କରାଯାଇ ନାହିଁ । ଆଗାମୀ ଆଇସିସି ବୋର୍ଡ ବୈଠକରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ୬ଟି ଟିମ୍‌କୁ ନେଇ ଖେଳାଯିବାକୁ ଥିବା ଏହି ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟ ୨୦୨୭ ଫେବୃଆରୀ ୧୪ ରୁ ୨୮ ପର‌୍ୟ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଆୟୋଜିତ ହେବ ।  ଆୟୋଜକ ଦେଶ ଭାବେ ଶ୍ରୀଲଙ୍କା ସିଧାସଳଖ ଏହି ଟୁର୍ଣ୍ଣାମେଣ୍ଟ ପାଇଁ କ୍ୱାଲିଫାଏ କରିଥିଲା । ମାତ୍ର ଆୟୋଜନ ଅଧିକାର ଛଡ଼ାଇ ନିଆଯିବା ପରେ ସେମାନଙ୍କର ଅଂଶଗ୍ରହଣ ଉପରେ ଆଶଙ୍କା ଦେଖାଦେଇଛି ।  ସରକାରୀ ହସ୍ତକ୍ଷେପ ଯୋଗୁଁ ଶ୍ରୀଲଙ୍କା କ୍ରିକେଟ୍ ସମସ୍ୟାରେ ପଡ଼ିବା ଏହା ପ୍ରଥମ ଘଟଣା ନୁହେଁ । ୨୦୨୩ରେ ବୋର୍ଡ ନିଲମ୍ବିତ ହେବା ପରେ ୨୦୨୪ ପୁରୁଷ ୧୯-ବର୍ଷରୁ କମ୍ ବିଶ୍ୱକପ୍‌ର ଆୟୋଜନ ଅଧିକାର ମଧ୍ୟ ଶ୍ରୀଲଙ୍କାରୁ ଛଡ଼ାଇ ନିଆଯାଇ ଦକ୍ଷିଣ ଆଫ୍ରିକାକୁ ଦିଆଯାଇଥିଲା ।

Leave A Reply

Your email address will not be published.