ଭୁବନେଶ୍ୱର: ମାର୍ଚ୍ଚ ମାସରେ ଲଘୁଚାପ । ଘୁର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗକୁ ଏହା ଅଧିକ ଘନୀଭୂତ ହେବ । କିଛି ପାଣିପାଗ ସଂସ୍ଥାର ଆକଳନ କରୁଛନ୍ତି ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ।
ଓ୍ଵିଣ୍ଡିର ୟୁରୋପିଆନ୍ ECMWF ମଡେଲ୍ ଅନୁସାରେ, ବାତ୍ୟା ହେଲେ ଆଣ୍ଡାମାନ ନିକୋବର ଦେଇ ବାଂଲାଦେଶ ମୁହାଁ ହେବ । ସେହିପରି ଓ୍ଵିଣ୍ଡିର ଆମେରିକାନ୍ GFS ମଡେଲ୍ ଦର୍ଶାଉଛି, ବାତ୍ୟା ହେଲେ ମିଆଁମାର ଆଡେ ମୁହାଁଇବ ।
ଘୁର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶବର୍ତ୍ତୀ ଭାରତ ମହାସାଗର ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି | pic.twitter.com/7FHVjSfHqZ
— Meteorological Centre, Bhubaneswar (@mcbbsr) March 15, 2022
ଆକ୍ୟୁ ଓ୍ୱେଦର ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ କହିଛନ୍ତି, ଲଘୁଚାପ ଅବପାତ କିମ୍ବା ବାତ୍ୟାର ରୂପ ନେଇ ବାଂଲାଦେଶ, ମିଆଁମାର ନହେଲେ ଦକ୍ଷଣ ପୂର୍ବ ଭାରତ ମୁହାଁ ସମ୍ଭାବନା ରହିଛି ।ତେବେ ଭାରତୀୟ ପାଣିପାଗ ବିଭାଗ କହିଛି, ବାତ୍ୟା ସମ୍ଭାବନା ନାହିଁ । ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ।
Comments are closed, but trackbacks and pingbacks are open.